fbpx

ଆଦାନୀ ଗ୍ରୁପ୍ ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ, କମ୍ପାନୀ ଷ୍ଟୋର ଉପରେ GST ଚଢାଉ

ନୁଆଦିଲ୍ଲୀ: ହିମାଚଳ ପ୍ରଦେଶ ଆୟକର ବିଭାଗ ଆଦାନୀ ଗ୍ରୁପ୍ ବିରୁଦ୍ଧରେ ବୁଧବାର ବିଳମ୍ବିତ ରାତିରେ ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛି । ପାରୱାନୋରେ ଆଦାନୀର ୱିଲମାର ଗ୍ରୁପ୍‌ର ଅନେକ କାର୍ଯ୍ୟାଳୟ ଏବଂ ଷ୍ଟୋର୍‌ରେ ଚଢାଉ କରିଛି । ସୂଚନା ଅନୁସାରେ ୮ ତାରିଖ ବିଳମ୍ବିତ ରାତିରେ ଜିଏସ୍‌ଟି ଅଧିକାରୀମାନେ ଆଦାନୀର ବିଭିନ୍ନ କାର୍ଯ୍ୟାଳୟ ଉପରେ ଚଢାଉ କରିଥିଲେ । କମ୍ପାନୀ ଜିଏସ୍‌ଟି ଦାଖଲ କରି ନଥିବା ଅଭିଯୋଗ ମିଳିବା ପରେ ଏହି ଚଢାଉ ହୋଇଥିଲା । ଏହାପରେ କୁହାଯାଇଥିଲା ଯେ, ଏହି ଚଢାଉ ପରେ ଏକ ରିପୋର୍ଟ ପ୍ରସ୍ତୁତ କରାଯିବ । ଯାହା ପରେ ପରବର୍ତ୍ତି କାର୍ଯ୍ୟାନୁଷ୍ଠାନ ନିଆଯିବ ।

କିଛି ଦିନ ପୁର୍ବରୁ ରାଜ୍ୟରେ କମ୍ପାନୀ ଦୁଇଟି ସିମେଣ୍ଟ କାରଖାନା ବନ୍ଦ କରିଥିଲା । ଟ୍ରକ ମାଲିକଙ୍କ ସହିତ ମତଭେଦ ହେବା ପରେ କମ୍ପାନୀ ଏହି ନିଷ୍ପତି ନେଇଥିଲା । କାରଣ କମ୍ପାନୀ ସିମେଣ୍ଟ ନବା ଆଣିବା ଭଡ଼ାରେ କିଛି ପରିବର୍ତ୍ତନ କରିଥିଲା । ସୂଚନା ଅନୁସାରେ ହିମାଚଳରେ ଆଦାନୀ ଗ୍ରୁପ୍‌ର ପ୍ରାୟ ୭ କମ୍ପାନୀ ରହିଛି । ଯେଉଁଥିରେ ଶୀତଳ ଭଣ୍ଡାରରୁ ଆରମ୍ଭ କରି ଫଳ ଏବଂ ଖାଦ୍ୟ ସାମଗ୍ରୀ ଉତ୍ପାଦନ ସାମିଲ ରହିଛି ।

Get real time updates directly on you device, subscribe now.