ଓଡ଼ିଶା ଭାସ୍କର: ଜଳ ହିଁ ଜୀବନ, ଏ କଥା ବେଶ୍ ଅଧିକ ଅନୁଭବ କରି ହୁଏ ଖରାଦିନରେ । କିଛି ସମୟ ବ୍ୟବଧାନରେ ଶରୀରରେ ଜଳୀୟ ଅଂଶ କମିଯିବା ଫଳରେ ଆମେ କଷ୍ଟ ଅନୁଭବ କରିଥାଉ । ଖରାଦିନରେ ଲୋକମାନେ ଥଣ୍ଡା ପାନୀୟ ପିଇବାକୁ ପସନ୍ଦ କରିଥାନ୍ତି । ସୁସ୍ଥ ରହିବାକୁ ଫଳ ରସକୁ ଗୁରୁତ୍ୱ ଦେଇଥାନ୍ତି । ଏପରିକି ଖରା ଦିନରେ ଦେହର ଜଳୀୟ ଅଂଶକୁ ସନ୍ତୁଳିତ କରିବା ପାଇଁ ଆମେ ବିଭିନ୍ନ ପ୍ରକାରର ପାନୀୟ ପଦାର୍ଥ ମଧ୍ୟ ପିଇଥାଉ ।
