fbpx

ଆରଏସଏସ୍ ମୁଖ୍ୟ ମୋହନ ଭାଗବତଙ୍କ ସମ୍ବୋଧନ

ନୂଆଦିଲ୍ଲୀ,୨୬ ।୪: ସାରା ଦେଶରେ କରୋନା ନିଜର କାୟା ମେଲାଉଥିବା ବେଳେ ଲୋକଙ୍କୁ ସଚେତନ କରିବାକୁ ନେତା, ମନ୍ତ୍ରୀ, ପୋଲିସ କର୍ମୀମାନେ ବିଭିନ୍ନ କାମ କରୁଛନ୍ତି । ଏହାରି ମଧ୍ୟରେ ଆଜି ଆରଏସଏସ୍ ମୁଖ୍ୟ ମୋହନ ଭାଗବତ ଦେଶକୁ ସମ୍ବୋଧନ କରି କହିଛନ୍ତି ଯେ, କରୋନା ବିରୋଧରେ ସାରା ଦେଶ ଲଢେଇ କରୁଛି । କରୋନା ନେଇ ଏବେ ସମେସ୍ତ ଘରେ ରହିଛନ୍ତି । ଆମେ ସମସ୍ତେ ଭଲ ହେବା ଓ ଅନ୍ୟକୁ ଭଲ କରିବାକୁ ଚେଷ୍ଟା କରିବା । ବର୍ତ୍ତମାନ ପରିସ୍ଥିତିରେ ସେବାର ସ୍ୱରୂପ ବଦଳିଯାଇଛି । ଆମେ ନିଜର ପ୍ରଚାର ପାଇଁ ଏହି ସେବାକାର୍ଯ୍ୟ କରୁ ନାହିଁ, ବରଂ ଏହା ଆମ ଦେଶ ଆମ ଲୋକ, ତେଣୁ ଏହା ଆମ କର୍ତ୍ତବ୍ୟ । ତାଲାବନ୍ଦ ବେଳେ ଆମକୁ ନିୟମ ମାନିବାକୁ ହେବ । ବର୍ତ୍ତମାନ ପରିସ୍ଥିତିରେ ଭୟଭୀତ ହେବାର ନାହିଁ, ବରଂ ଶାନ୍ତି ରହି ଯୋଜନାବଦ୍ଧ ଭାବେ କାର୍ଯ୍ୟ କରିବାକୁ ହେବ । ବର୍ତ୍ତମାନ ପରିସ୍ଥିତିରେ ସରକାରଙ୍କ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ସମାଜ ମଧ୍ୟ ଏଥିରେ ସାମିଲ ହୋଇ କାର୍ଯ୍ୟ କରୁଛି । ସମ୍ପୂର୍ଣ୍ଣ ଆତ୍ମବିଶ୍ୱାସର ସହ ଆମକୁ କାର୍ଯ୍ୟ କରିବାକୁ ହେବ । ଆମକୁ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେଇ କରୋନା ବିରୋଧ ଯୁଦ୍ଧରେ ଜିତିବାକୁ ହେବ ବୋଲି ମୋହନ ଭାଗବତ କହିଛନ୍ତିି ।

Get real time updates directly on you device, subscribe now.