fbpx

‘ଆଦିପୁରୁଷ’  Vs ‘ବାହୁବଳୀ-୨’… ରେକର୍ଡ କିଏ କଲା ଜାଣନ୍ତୁ

ମୁମ୍ବାଇ: ପ୍ରଭାସଙ୍କ ‘ଆଦିପୁରୁଷ’ ଫିଲ୍ମକୁ ନେଇ ପ୍ରଶଂସକଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଛି । ଏହି ଫିଲ୍ମଟି ରିଲିଜ୍ ହେବା ପୂର୍ବରୁ ଚର୍ଚ୍ଚାରେ ରହିଛି । ବାହୁବଳୀ-୨ ଠାରୁ ଆଦିପୁରୁଷ ବଜେଟ୍ ଅଧିକ । କେବଳ ଏତିକି ନୁହେଁ , ଏହି ରେକର୍ଡ ଏପରି ଯେ ଉଭୟ ଫିଲ୍ମ ମଧ୍ୟରେ ବିବାଦ ସୃଷ୍ଟି କରିଛି ।

ଏହି ଫିଲ୍ମରେ ଭିଜୁଆଲ ଇଫେକ୍ଟସ୍ ମଧ୍ୟ ‘ବାହୁବଳୀ-୨’ ଅପେକ୍ଷା ଅଧିକ ବ୍ୟବହାର କରାଯାଇଛି । ‘ବାହୁବଳୀ -୨’ରେ ୨୫୦୦ ଭିଜୁଆଲ ଇଫେକ୍ଟସ୍ର ସଟ୍ସ ଥିଲା । ହେଲେ ‘ଆଦିପୁରୁଷ’ରେ ୮୦୦୦ ଭିଜୁଆଲ ଇଫେକ୍ଟସ୍ ସଟ୍ସ ରହିଛି । ଯାହାକି ବାହୁବଳୀ ଠାରୁ ତିନିଗୁଣା ଅଧିକ । ଏହି ଖବର ଆସିବା ମାତ୍ରେ ଫ୍ୟାନ୍ସମାନଙ୍କ ମଧ୍ୟରେ ଉତ୍ସାହ ଖେଳି ଯାଇଥିଲା । ସେଥିପାଇଁ କୁହାଯାଉଛି ଯେ ଫିଲ୍ମ ରିଲିଜ୍ ହେବା ପୂର୍ବରୁ ‘ବାହୁବଳୀ’ର ରେକର୍ଡ ଭାଙ୍ଗିଛି ।

ଏହା ବ୍ୟତୀତ ଏହି ଫିଲ୍ମରେ ପ୍ରଭାସଙ୍କ ବ୍ୟତୀତ ଅଭିନେତ୍ରୀ କ୍ରିତି ସାନନ୍ ମଧ୍ୟ ନଜର ଆସିବେ । ଯିଏ ଏହି ଫିଲ୍ମରେ ସୀତା ଭୂମିକାରେ ଅଭିନୟ କରିବେ । ସେହିପରି ସୈଫ ଅଲ୍ଲି ଖାନ୍ ରାବଣ ଭୂମିକାରେ ନଜର ଆସିବେ । ଅନ୍ୟପଟେ ‘ସୋନୁ କି ସୁଇଟି’ର ଫେମ୍ ସନ୍ନି ସିଂ ଏହି ଫିଲ୍ମରେ ଲକ୍ଷ୍ମଣ ଭୂମିକାରେ ଅଭିନୟ କରିବେ । ଏହି ଫିଲ୍ମ ପାଇଁ ୪୦୦ କୋଟି ଟଙ୍କା ଧାର୍ଯ୍ୟ କରାଯାଇଛି । ଏହା ସହ ଫିଲ୍ମଟି ହିନ୍ଦୀ ବ୍ୟତୀତ ଅନେକ ଭାଷାରେ ମୁକ୍ତି ଲାଭ କରିବ । ଯାହା ଆଗାମୀ ବର୍ଷ ଅଗଷ୍ଟରେ ରିଲିଜ୍ ହେବ ବୋଲି ଜଣାପଡ଼ିଛି ।

Get real time updates directly on you device, subscribe now.