fbpx

‘ଆଦିପୁରୁଷ’ ଉପରେ ଲାଗିଲା ବ୍ୟାନ: କୌଣସି ହଲରେ ରିଲିଜ୍ ନ କରିବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ବାହୁବଳୀ ଅଭିନେତା ପ୍ରଭାସଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଆଦିପୁରୁଷ’ ଗତ ୧୬ ତାରିଖରେ ବିଭିନ୍ନ ହଲରେ ରିଲିଜ ହୋଇଥିଲା । ପ୍ରଥମ ଦିନରେ ହିଁ ଫିଲ୍ମ ନିଜର କମାଲ ଦେଖାଇଥିଲା । ପ୍ରଥମ ଦିନର କଲେକ୍ସନ ଦୃଷ୍ଟିରୁ ‘ଆଦିପୁରୁଷ’ ତୃତୀୟ ସ୍ଥାନରେ ରହିଥିବା ବେଳେ ପ୍ୟାନ ଇଣ୍ଡିଆରେ ୧୦୦ କୋଟିରୁ ଅଧିକ କଲେକ୍ସନ କରିଥିଲା । ପ୍ରଥମ ଥର ପାଇଁ କୌଣସି ବଲିଉଡ ଫିଲ୍ମ ଏହି ଅଙ୍କ ଛୁଇଁ ନୂଆ କୀର୍ତ୍ତିମାନ ସ୍ଥାପନ କରିଥିଲା ।

‘ଆଦିପୁରୁଷ’ ରିଲିଜ୍ ହେବା ପରେ ଦେଶର ବିଭିନ୍ନ ସ୍ଥାନରେ ଏହାକୁ ବିରୋଧ କରାଯିବା ସହିତ ବ୍ୟାନ ଦାବି ହୋଇଥିଲା । ଫିଲ୍ମ ଦେଖିବା ପରେ ପ୍ରତିବନ୍ଧକ ଦାବି ନେଇ ଦିଲ୍ଲୀ ହାଇକୋର୍ଟରେ ଯାଚିକା ଦାୟର ହୋଇଥିଲା । ଫିଲ୍ମରେ ଭଗବାନ ରାମଙ୍କ ରାମାୟଣ ଓ ସଂସ୍କୃତିକୁ ଅସମ୍ମାନ କରାଯାଇଥିବା ଅଭିଯୋଗ ହୋଇଥିଲା । ତେବେ ଏହା ମଧ୍ୟରେ ଫିଲ୍ମକୁ ନେଇ ଆସିଛି ଏକ ବଡ଼ ଖବର ।

ନେପାଳ ରାଜଧାନୀ କାଠମାଣ୍ଡୁରେ ଫିଲ୍ମ ଉପରେ ଲାଗିଛି କଟକଣା । ରାଜଧାନୀର କୌଣସି ଗୋଟିଏ ବି ହଲରେ ଫିଲ୍ମ ରିଲିଜ ହୋଇ ପାରିବ ନାହିଁ ବୋଲି ମେୟର ସୂଚନା ଦେଇଛନ୍ତି । ଦକ୍ଷିଣ ଭାରତୀୟ ଫିଲ୍ମ ‘ଆଦିପୁରୁଷ’ରେ ଥିବା ‘ଜାନକୀ ଭାରତର ବେଟି’ ଲାଇନକୁ ହଟାଯିବା ଦରକାର । ଫିଲ୍ମ ନିର୍ମାତାମାନେ ଯେ ପର୍ଯ୍ୟନ୍ତ ନିଜର ତ୍ରୁଟି ସୁଧାରି ନାହାନ୍ତି ସେ ପର୍ଯ୍ୟନ୍ତ ଫିଲ୍ମକୁ କୌଣସି ହଲର ରିଲିଜ୍ କରାଇ ଦିଆଯିବ ନାହିଁ ବୋଲି ମେୟର ଫେସବୁକ ପୋଷ୍ଟରେ ଲେଖିଛନ୍ତି । ସୀତାଙ୍କ ଜନ୍ମ ଜନକପୁରରେ ହୋଇଥିଲା, ଯାହାକି ନେପାଳରେ ଅବସ୍ଥିତ । ତେଣୁ ‘ସୀତାଙ୍କୁ ଭାରତର ଝିଅ’ ଡାଇଲଗକୁ ପରିବର୍ତ୍ତନ କରାଯିବା ଦରକାର ବୋଲି ମେୟର କହିଛନ୍ତି ।

Get real time updates directly on you device, subscribe now.