ଭାରତ ନୁହେଁ ଆଫଗାନିସ୍ତାନ ଜିତୁଛି ଏସିଆ କପ! ଏହି 3 ଫ୍ୟାକ୍ଟରରେ ପ୍ରତିପକ୍ଷକୁ ଧରାଶାୟୀ କରିବ ତାଲିବାନ ଟିମ୍…
ଏହି ଟୁର୍ଣ୍ଣାମେଣ୍ଟର ଗ୍ରୁପ-‘ଏ’ ରେ ଭାରତ, ଓମାନ, ପାକିସ୍ତାନ ଓ ୟୁଏଇ ରହିଛନ୍ତି । ସେହିଭଳି ଗ୍ରୁପ- ‘ବି’ ରେ ଅଛନ୍ତି ଆଫଗାନିସ୍ତାନ,ବାଂଲାଦେଶ, ହଂକଂ ଓ ଶ୍ରୀଲଙ୍କା ।
ଓଡ଼ିଶା ଭାସ୍କର: ଆରମ୍ଭ ହେବାକୁ ଯାଉଛି ଏସିଆ କପର ମହାମୁକାବିଲା । ୟୁଏଇରେ ଖେଳାଯିବାକୁ ଥିବା ଏହି ବଡ଼ ଟୁର୍ଣ୍ଣାମେଣ୍ଟ ପାଇଁ ୟୁଏଇକୁ ଛାଡ଼ି ବାକି ସବୁ ଦେଶ ନିଜର ଦଳ ମଧ୍ଯ ଘୋଷଣା କରି ସାରିଛି । ଚଳିତବର୍ଷ ପାଇଁ ଏସିଆ କପ ଟି-20 ଫର୍ମାଟରେ ଖେଳାଯିବ ।
ଏହି ଟୁର୍ଣ୍ଣାମେଣ୍ଟର ଗ୍ରୁପ-‘ଏ’ ରେ ଭାରତ, ଓମାନ, ପାକିସ୍ତାନ ଓ ୟୁଏଇ ରହିଛନ୍ତି । ସେହିଭଳି ଗ୍ରୁପ- ‘ବି’ ରେ ଅଛନ୍ତି ଆଫଗାନିସ୍ତାନ,ବାଂଲାଦେଶ, ହଂକଂ ଓ ଶ୍ରୀଲଙ୍କା ।
ଏସିଆ କପ ଜିତିପାରେ ଆଫଗାନିସ୍ତାନ: ଏସିଆ କପ ଉପରେ କବ୍ଜା କରିବା ପାଇଁ ଆଫଗାନିସ୍ତାନ ଏକ ପ୍ରବଳ ଦାବିଦାର ଟିମ୍ ଭାବରେ ଉଭା ହୋଇଛି । କହିରଖୁ, ଟୁର୍ଣ୍ଣାମେଣ୍ଟରେ ଆଫଗାନିସ୍ତାନକୁ ଗ୍ରୁପ ‘ବି’ ରେ ରଖାଯାଇଛି । ଦଳ ନିଜର ଲିଗ ଷ୍ଟେଜ ମୁକାବିଲା ଶ୍ରୀଲଙ୍କା, ବାଂଲାଦେଶ ଓ ହଂକଂ ସହ ଖେଳିବ । ଦଳ ଏମାନଙ୍କୁ ସହଜରେ ହରାଇ ସୁପର-4 କୁ ପ୍ରବେଶ କରିବା ବେଶ୍ ସହଜ ବୋଲି ଆକଳନ କରାଯାଉଛି ।
ଏହି 3 କାରଣ ପାଇଁ ଆଫଗାନିସ୍ତାନ ଜିତିବ ଏସିଆ କପ!
ରସିଦ ଖାନଙ୍କ ଘାତକ ବୋଲିଂ- ଆଫଗାନିସ୍ତାନର ଅଧିନାୟକ ତଥା ଅଲରାଉଣ୍ଡର ରସିଦ ଖାନ ଟି-20 ଅନ୍ତର୍ଜାତୀୟ କ୍ରିକେଟରେ ସବୁଠୁ ଅଧିକ ୱିକେଟ ଦାଖଲକାରୀ ବୋଲର ହୋଇ ସାରିଛନ୍ତି । ରସିଦ ନ୍ୟୁଜିଲାଣ୍ଡର ଷ୍ଟାର ବୋଲର ଟିମ୍ ସାଉଥୀଙ୍କୁ ପଛରେ ପକାଇ ଏହି ମାଇଷ୍ଟୋନ ହାସଲ କରିଛନ୍ତି ।
ଷ୍ଟାର ସ୍ପିନର ରସିଦ ଏହି ରେକର୍ଡ ୟୁଏଇ ବିପକ୍ଷରେ ଖେଳାଯାଇଥିବା ମୁକାବିଲାରେ ହାସଲ କରିଥିଲେ । ରସିଦ ଏହି ମ୍ୟାଚରେ 4 ଓଭର ବୋଲିଂ କରି 11 ରନ ବ୍ୟୟ କରି ମୋଟ 3 ୱିକେଟ ହାସଲ କରି ଏ ରେକର୍ଡ ନିଜ ନାମରେ କରିଛନ୍ତି ।
ବିଶ୍ୱକପରେ ଶକ୍ତିଶାଳୀ ଦଳକୁ ମାତ୍- ଦିନିକିଆ ବିଶ୍ୱକପ 2023 ରେ ଆଫଗାନିସ୍ତାନ ଦମଦାର ପ୍ରଦର୍ଶନ କରିଥିଲା । ଏହି ଦଳ ଇଂଲଣ୍ଡ, ପାକିସ୍ତାନ ଓ ଶ୍ରୀଲଙ୍କାକୁ ଧରାଶାୟୀ କରି ଆଣ୍ଠେଇବାକୁ ବାଧ୍ଯ କରିଥିଲା । ଦିନିକିଆ ବିଶ୍ୱକପରେ ଇଂଲଣ୍ଡକୁ ହରାଇ ଆଫଗାନିସ୍ତାନ ପ୍ରମାଣିତ କରି ଦେଇଥିଲା ଯେ, ବଡ଼ ବଡ଼ ଟୁର୍ଣ୍ଣାମେଣ୍ଟ ବି ଜିତିବାର କ୍ଷମତା ରଖେ ଦଳ । ରସିଦଙ୍କ ଅଧିନାୟକତ୍ୱରେ ଆଫଗାନିସ୍ତାନ ଏସିଆ କପ ଜିତିବାର ସମ୍ଭାବନା ବେଶ୍ ଅଧିକ ।
ଟିମ୍ ଗେମ- ଆଫଗାନିସ୍ତାନ ଦୀର୍ଘ ଦିନରୁ ଶକ୍ତିଶାଳୀ ଦଳ ଭାବରେ ଉଭା ହୋଇ ସାରିଛି । ଦଳ ପାଖରେ ଆକ୍ରମଣାତ୍ମକ କ୍ରିକେଟ ଖେଳିବା, ଭାଇଚାରା ତଥା ଏକତାର ବଳିଷ୍ଠ ନିଦର୍ଶନ ରହିଛି । କ୍ଷେତ୍ରରକ୍ଷଣ, ବୋଲିଂ ତଥା ବ୍ୟାଟିଂ ସବୁ ବିଭାଗରେ ଦଳ ଭାରତ, ଅଷ୍ଟ୍ରେଲିଆ ତଥା ଇଂଲଣ୍ଡ ଭଳି ଦଳଠୁ କମ୍ ନୁହେଁ ।
ରିପୋର୍ଟ- ମାନସ ରଞ୍ଜନ