fbpx

୩୦ବର୍ଷ ପରେ ଶନି ଦୁଇଟି ରାଶିରେ ଚଳିବାକୁ ଯାଉଛନ୍ତି, ଜାଣନ୍ତୁ ପ୍ରତିକାର

AAKASH

ନ୍ୟାୟର ଦେବତା ଶନି ଏବଂ ଏହି ଦେବତାଙ୍କୁ ପ୍ରୟତଃ ସମସ୍ତେ ଡରିଥାନ୍ତି । ତାଙ୍କ ଛାୟା ଯଦି କେଉଁ ବ୍ୟକ୍ତିଙ୍କ ଉପରେ ପଡେ ତେବେ ସେହି ବ୍ୟକ୍ତିର ଜୀବନରେ ସବୁ କିଛି ଓଲଟ ପାଲଟ ହୋଇଯାଇଥାଏ ଓ ଜୀବନରେ ଅନେକ ଝଡର ସାମ୍ନା କରିବାକୁ ପଡିଥାଏ । ସବୁ ଗ୍ରହ ମଧ୍ୟରୁ ଶନିଗ୍ରହର ଗତି ଧୀର ହୋଇଥାଏ । ଯେତେବେଳେ ସେ କେଉଁ ରାଶିରେ ଚଳନ୍ତି ଏହାର ପ୍ରଭାବ୧୨ଟି ରାଶିରେ ଅଲଗା ଅଲଗା ହୋଇଥାଏ । କହିବାକୁ ଗଲେ ଯାହା ଉପରେ ଶନି ଦେବଙ୍କ କୃପା ରହିଥାଏ ସେହି ବ୍ୟକ୍ତିର ଭାଗ୍ୟ ବଦଳି ଯାଇଥାଏ ।

ତେବେ ଦୀର୍ଘ ୩୦ବର୍ଷ ପରେ ଶନି ଦୁଇଟି ରାଶିରେ ଚଳୁଛନ୍ତି । ଜ୍ୟେତିଷ ବିଜ୍ଞାନ ଅନୁସାରେ ଶନି ଗୋଟେ ରାଶି ଉପରେ ଅଢେଇ ବର୍ଷ ପର୍ଯ୍ୟନ୍ତ ଚଳିଥାନ୍ତି । ତେବେ ଆଗକୁ ଶନି ୩୦ ବର୍ଷପରେ କୁମ୍ଭ ରାଶିରେ ଚଳିବାକୁ ଯାଉଛନ୍ତି । ତେଣୁ ୨୦୨୩ବର୍ଷର ଜାନୁଆରୀ ୧୭ତାରିଖରେ ଶନି ଏହି ରାଶିରେ ଚଳିବେ । ଏହାସହ ମକର ରାଶିରେ ମଧ୍ୟ ଚଳିବାକୁ ଯାଉଛନ୍ତି ଶନି । ତେବେ କେତେକ ରାଶିରେ ଶନିଙ୍କ ଦୟା ସହ ଖରାପ ସମୟ ଆରମ୍ଭ ହେବାକୁ ଯାଉଛି ।

ଏହି ଦୁଇଟି ରାଶିପାଇଁ ଅଧିକ ଖରାପ
ଶନିଗ୍ରହ ତୁଳା ଓ ମିଥନ ରାଶିରେ ଚଳିବାକୁ ଯାଉଛି ଯାହାଦ୍ୱାରା ଏହି ରାଶିପାଇଁ ଖରାପ ସମୟ ଆସିବାକୁ ଯାଉଛି । ୨୦୨୩ ବର୍ଷରେ ଶନି ଦେବଙ୍କର ରାଶି ପରିବର୍ତ୍ତନ ଏହି ଦୁଇଟି ରାଶିପାଇଁ ଖରାପ ହେବାକୁ ଯାଉଛି । ଏହି ରାଶିରେ ଶନି ଚଳିବା ଦ୍ୱାରା ଏମାନଙ୍କ କାର୍ଯ୍ୟ ଅଟକି ରହିବା ସହ ପାରିବାରିକ କ୍ଷେତ୍ରରେ କଳହ ଦେଖିବାକୁ ମିଳିବ । ଏହି ଲୋକମାନଙ୍କ ଚାକିରୀ ଓ ବାଣିଜ୍ୟ କ୍ଷେତ୍ରରେ ଘାଟା ସହିବାକୁ ପଡିବ । ଶନିଙ୍କର ଏହି ସଙ୍କଟରୁ ମୁକ୍ତି ପାଇବା ପାଇଁ ଶନିବାର ଦିନ ଗରିବ ପିଲା ମାନଙ୍କୁ ଖାଇବାକୁ ଦେଲେ ଶନିଗ୍ରହ କଟିଯାଇଥାଏ । ସେହିପରି ଶନି ଦେବଙ୍କୁ ପ୍ରଶନ୍ନ କରିବା ପାଇଁ ଶନି ମନ୍ଦିରରେ ତେଲ ଦେବା ସହ ଓଁ ହନୁମତେ ନମଃ ମନ୍ତ୍ର ପାଠ କରିବା ଆବଶ୍ୟକ । ଏହାସହ ଆପଣ ଓସ୍ତ ଗଛ ମୂଳେ ଜଳ ଅର୍ପଣ କରିଲେ ମଧ୍ୟ ଗ୍ରହ କଟିଯାଇଥାଏ ।

ଏହି ୩ଟି ରାଶିପାଇଁ ଶୁଭ
ଆସନ୍ତା ବର୍ଷ ଶନିଗ୍ରହର ରାଶି ପରିବର୍ତ୍ତନରେ ମକର, କୁମ୍ଭ ଓ ଧନୁ ରାଶିପାଇଁ ଭଲ ହେବାକୁ ଯାଉଛି । ଏହିରାଶିର ଲୋକମାନେ ଶନିଦେବଙ୍କ ସାଢେସାତିରୁ ମୁକ୍ତ ହୋଇଯିବେ । ଏମାନେ ଜୀବନର ସବୁ କ୍ଷେତ୍ରରେ ଜୟଲାଭ କରିବେ । ବାଣିଜ୍ୟ ବ୍ୟବସାୟରେ ଏହି ରାଶିର ଲୋକମାନଙ୍କର ଲାଭ ହେବା ସହ ସଫଳତା ମଧ୍ୟ ହାସଲ କରିବେ ଏହିରାଶିର ଲୋକେ । ଏମାନଙ୍କ ଘରେ ଧନର ପ୍ରଭାବ ମଧ୍ୟ ବଢିବାକୁ ଯାଉଛି । ସନ୍ତାନ ମାନଙ୍କର ପାଠପଢା କ୍ଷେତ୍ରରେ ମଧ୍ୟ ଏମାନେ ନିଶ୍ଚିତତା ପାଇବେ ।

Get real time updates directly on you device, subscribe now.