fbpx

ଚଣ୍ଡିଗଡ଼ ପରେ ଭୋପାଳ: ପୁଣି ଜଣେ ଛାତ୍ରୀଙ୍କ ବାଥରୁମ୍ Video ଶୁଟ୍ ଓ ବ୍ଲାକମେଲ୍

ନୂଆଦିଲ୍ଲୀ: ଚଣ୍ଡିଗଡ଼ ୟୁନିଭରସିଟିର ଛାତ୍ରୀଙ୍କ ଏମଏମସ ଘଟଣାକୁ ଗୋଟିଏ ସପ୍ତାହ ନ ପୂରୁଣୁ ପୁଣି ଦେଖିବାକୁ ମିଳିଛି ଆଉ ଏକ ଜଘନ୍ୟ କାଣ୍ଡ । ଜଣେ ଛାତ୍ରୀଙ୍କର ଖରାପ ଭିଡିଓ ଶୁଟ୍ କରି ତାଙ୍କୁ ବ୍ଲାକ କରାଯାଉଥିବା ଛାତ୍ରୀ ଜଣଙ୍କ ଅଭିଯୋଗ କରିଛନ୍ତି । ଏହି ମାମଲାରେ ପୋଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ମୁଖ୍ୟ ଅଭିଯୁକ୍ତ ଫେରାର ହୋଇଯାଇଛି ।

ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରୁ ଏହି ଖବର ଆସିଛି । ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ଆଇଟିଆଇର ଜଣେ ଛାତ୍ରୀଙ୍କୁ ଭିଡିଓ ଶୁଟ୍ କରାଯାଇଥିବା ଅଭିଯୋଗ ହୋଇଛି । ଏନେଇ ଆଇଟିଆଇର ୩ ଜଣ ପୂର୍ବତନ ଛାତ୍ରଙ୍କ ନାମରେ ଅଭିଯୋଗ ହୋଇଛି । ଛାତ୍ରୀ ଜଣଙ୍କ ବାଥରୁମରେ ପୋଷାକ ଚେଞ୍ଜ କରୁଥିବା ସମୟରେ ଅଭିଯୁକ୍ତମାନେ ତାଙ୍କର ଭିଡିଓ ବନାଇଥିଲେ । ପରବର୍ତ୍ତୀ ସମୟରେ ଭିଡିଓ ଭାଇରାଲ କରିଦେବା ଧମକ ଦେଇ ପଇସା ମାଗିଥିଲେ ।

ଏନେଇ ପୀଡ଼ିତା ଜଣଙ୍କ ଥାନାରେ ଅଭିଯୋଗ କରିବା ପରେ ମାମଲାର ତନାଘନା ଆରମ୍ଭ ହୋଇଛି । ପୀଡ଼ିତା ଯେଉଁ ଆଇଟିଆଇରେ ପଢ଼ୁଥିଲେ, ଉକ୍ତ କଲେଜର ୩ ଜଣ ପୂର୍ବତନ ଛାତ୍ର ତାଙ୍କର ଭିଡିଓ ବନାଇଥିଲେ । ତେବେ ବର୍ତ୍ତମାନ ସୁଦ୍ଧା ଫେରାର ଅଭିଯୁକ୍ତଙ୍କ ମୋବାଇଲକୁ ଟ୍ରେସ୍ କରାଯାଇ ପାରି ନଥିବା ଜଣାପଡ଼ିଛି । ଅନ୍ୟପକ୍ଷରେ ଚଣ୍ଡିଗଡ଼ ଛାତ୍ରୀଙ୍କ ଏମଏମଏସ ମାମଲାରେ ବଡ଼ ଖୁଲାସା ହୋଇଛି । ଅଭିଯୁକ୍ତ ଯୁବତୀଙ୍କୁ ସେନାର ଯବାନ ବ୍ଲାକମେଲ କରୁଥିବା ଜଣାପଡ଼ିଛି ।

Get real time updates directly on you device, subscribe now.