fbpx
BJD SKY
BJD SKY

ପ୍ରୟଙ୍କା ଗାନ୍ଧୀ କରୋନା ସଂକ୍ରମିତ, ଗୋଟିଏ ଦିନ ପୁର୍ବରୁ ସୋନିଆ ପଜିଟିଭ୍ ଚିହ୍ନଟ ହୋଇଥିଲେ

BJD

ନୁଆଦିଲ୍ଲୀ: କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ କରୋନା ସଂକ୍ରମିତ ହୋଇଛନ୍ତି। ଗୁରୁବାର କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ କରୋନା ସଂକ୍ରମିତ ହୋଇଥିଲେ। ପ୍ରିୟଙ୍କା ଏକ ଟ୍ୱିଟ୍ କରି ଶୁକ୍ରବାର ଏ ନେଇ ସୂଚନା ଦେଇଛନ୍ତି। ପ୍ରିୟଙ୍କା କହିଛନ୍ତି, ମୁଁ କରୋନା ସଂକ୍ରମିତ ଚିହ୍ନଟ ହୋଇଛି। କରୋନାର ସାମାନ୍ୟ ଲକ୍ଷଣ ଅନୁଭବ କରୁଛି । ପ୍ରୋଟକଲ ଅନୁଯାୟୀ ବର୍ତ୍ତମାନ ମୁଁ ନିଜକୁ ସଙ୍ଗରୋଧରେ କରି ନେଇଛି।

ପ୍ରିୟଙ୍କା ଗାନ୍ଧୀ ବୁଧବାର ଲକ୍ଷ୍ନୌ ଯାତ୍ରା ବାତିଲ କରି ଦିଲ୍ଲୀ ଫେରିଥିଲେ। ଏହା ପରେ ସେ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ପ୍ରିୟଙ୍କା ତାଙ୍କ ସମ୍ପର୍କରେ ଆସିଥିବା ସମସ୍ତଙ୍କୁ କରୋନ ପରିକ୍ଷା କରାଇନେବାକୁ ଅନୁରୋଧ କରିଛନ୍ତି।

କଂଗ୍ରେସ ମୁଖପାତ୍ର ରଣଦୀପ ସୁରଜୱାଲା ଗୁରୁବାର ଦିନ ସୋନିଆ ଗାନ୍ଧୀ ସଂକ୍ରମିତ ହୋଇଥିବା ସୂଚନା ଦେଇଥିଲେ। ସେ କହିଥିଲେ ଯେ ଅତୀତରେ କଂଗ୍ରେସ ସଭାପତିଙ୍କୁ ଭେଟିଥିବା ଅନେକ ନେତା ଓ କର୍ମୀ ମଧ୍ୟ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି। ବୁଧବାର ସନ୍ଧ୍ୟାରେ ସୋନିଆ ଗାନ୍ଧୀଙ୍କ ସାମାନ୍ୟ ଜ୍ୱର ହୋଇଥିଲା। ଏହା ପରେ କରାଯାଇଥିବା କୋଭିଡ ପରୀକ୍ଷାରେ ତାଙ୍କୁ ପଜିଟିଭ୍ ମିଳିଥିଲା।

Get real time updates directly on you device, subscribe now.