fbpx

ବଦଳିଲା ଏଜିରୁ ଆଚାର୍ଯ୍ୟ ବିହାର ରାସ୍ତାର ନାମ

ଭୁବନେଶ୍ୱର, ୧୪ା୧୨(ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱର ସ୍ଥିତ ଏଜି ଛକରୁ ଆଚାର୍ଯ୍ୟ ବିହାର ରାସ୍ତାର ନାମ ବଦଳିଛି । ଏଜିରୁ ଆଚାର୍ଯ୍ୟ ବିହାର ରାସ୍ତାର ନାଁ ବଦଳି ଲୋକସେବା ମାର୍ଗ ନାମ ରଖାଯାଇଛି । ସଚିବାଳୟ ନାଁ ଲୋକସେବା ଭବନକୁ ପରିବର୍ତ୍ତନ ପରେ ସେହି ଅନୁସାରେ ରାସ୍ତାର ନାମ ବଦଳିଥିବା ଜଣାପଡ଼ିଛି ।

ଉଲ୍ଲେଖଯୋଗ୍ୟ ଯେ ଗତ କିଛି ଦିନ ତଳେ ସଚିବାଳୟର ନାମ ପରିବର୍ତ୍ତନ କରାଯାଇ ଲୋକସେବା ଭବନ କରାଯାଇଥିଲା ।

Get real time updates directly on you device, subscribe now.