fbpx

ପୁଣି ବାଲେଶ୍ୱରରେ ଟ୍ରେନ ଅଘଟଣ: ପୁଣି ଏକ ପାସେଞ୍ଜର ଟ୍ରେନରେ ଲାଗିଲା ନିଆଁ…

ବାଲେଶ୍ୱର: ଗତ ଦେଢ ମାସରୁ ବାଲେଶ୍ୱର ସହର ଏବଂ ଟ୍ରେନ ଅଘଟଣ ଘଟଣା ବାରମ୍ବାର ଘଟିଚାଲିଛି । ଜୁନ ୨ ତାରିଖରେ ବାହାନଗାର ଭୟାନକ ଦୁର୍ଘଟଣା ପରେ ପୁଣି ଏକ ଟ୍ରେନରେ ଆଜି ଅଘଟଣ ଘଟିଯାଇଛି । ଖଡଗପୁରରୁ ଭଦ୍ରକ ଅଭିମୁଖେ ଯାତ୍ରା କରୁଥିବା ଏକ ପାସେଞ୍ଜର ଟ୍ରେନରେ ହଠାତ୍ ନିଆଁ ଲାଗିଯାଇଛି । ବାଲେଶ୍ୱରର ଲକ୍ଷ୍ମଣନାଥ ରୋଡ ନିକଟରେ ଏହି ଅଘଟଣ ଘଟିଯାଇଛି । ତେବେ ଟ୍ରେନରେ ନିଆଁ ଲାଗିବା ପରେ ଯାତ୍ରୀମାନଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଛି ।

ସୂଚନା ଅନୁସାରେ, ଖଡଗପୁରରୁ ଭଦ୍ରକ ଅଭିମୁଖେ ଯାତ୍ରା କରୁଥିବା ପାସେଞ୍ଜର ଟ୍ରେନରେ ନିଆଁ ଲାଗି ହଠାତ ଧୂଆଁ ବାହାରିବାର ଦେଖିବାକୁ ମିଳିଥିଲା । ତେବେ ଏକ ବଡ଼ ବିପଦକୁ ଦୃଷ୍ଟିରେ ରକି ଏ ନେଇ ଟ୍ରେନ ପାଇଲଟଙ୍କୁ ଯଥାସମ୍ଭବ ସୂଚାଇ ଦିଆଯାଇଥିଲା । ତେବେ ଲକ୍ଷ୍ମଣନନାଥ ଷ୍ଟେସନ ନିକଟରେ ପହଞ୍ଚିବା ପରେ ଟ୍ରେନରେ ନିଆଁ ଲାଗିଥିବା ନେଇ ସ୍ପଷ୍ଟ ଜଣାପଡିଥିଲା । ତେବେଏହା ଦେଖି ନିଜର ଉପସ୍ଥିତ ବୁଦ୍ଧି ଖଟାଇଥିଲେ ପାସେଞ୍ଜର ଟ୍ରେନର ଲୋକୋ ପାଇଲଟ୍ । ତେଣୁ ଇଞ୍ଜିନକୁ ତୁରନ୍ତ ବାହାର କରି ଦେବାରୁ ଶହ ଶହ ଯାତ୍ରୀଙ୍କ ଜୀବନ ବଞ୍ଚାଇବାରେ ସଫଳତା ମିଳିପାରିଛି । ତେବେ ଇଞ୍ଜିନର ସସ୍ପେନ୍ସନ ସ୍ପ୍ରିଙ୍ଗର ମୋବାଇଲ ଲିଙ୍କରୁ ଏହି ନିଆଁ ବାହାରୁତିବା ଜାଣିବାକୁ ମିଳିଛି । ତେବେ ପ୍ରାୟ ଦେଢ ଘଣ୍ଟା ପରେ ଟ୍ରେନ ସ୍ୱାଭାବିକ ହୋଇ ଗଡ଼ିବା ଆରମ୍ଭ କରିଛି । ଏହି ଦୁର୍ଘଟଣାରେ କୌଣସି ଯାତ୍ରୀ ମୃତାହତ ହୋଇନଥିବା ଜାଣିବାକୁ ମିଳିଛି ।

Get real time updates directly on you device, subscribe now.