fbpx

OPTCL-BSNL-OCAC ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ: ରାଜ୍ୟର ଗ୍ରାମପଞ୍ଚାୟତରେ ପହଞ୍ଚିବ ହାଇ ସ୍ପିଡ୍ ଇଣ୍ଟରନେଟ ସେବା

AAKASH

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟବାସୀଙ୍କ ଉନ୍ନତି ପାଇଁ ରାଜ୍ୟ ସରକାର ସର୍ବଦା ପ୍ରୟାସ କରୁଛନ୍ତି । ରାଜ୍ୟରେ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନାର ସୁବିଧା, ବ୍ୟାଙ୍କିଂ ସେବାର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂଆ ନୂଆ ଯୋଜନା ଲାଗୁ କରୁଛନ୍ତି । ତେବେ ଖୁବଶୀଘ୍ର ରାଜ୍ୟର ବିଭିନ୍ନ ଗ୍ରାମପଞ୍ଚାତରେ ହାଇସ୍ପିଡ୍ ଇଣ୍ଟରନେଟ ସେବା ପହଞ୍ଚିବ । ଏହି ଯୋଜନା ମାଧ୍ୟମରେ କେବଳ ବ୍ଲକ ସ୍ତରରେ ନୁହେଁ, ବରଂ ରାଜ୍ୟର ଦୁର୍ଗମ ଅଞ୍ଚଳରେ ଥିବା ଗ୍ରାମପଞ୍ଚାୟତରେ ଏହି ସେବା ପହଞ୍ଚିବ ବୋଲି କୁହାଯାଇଛି ।

ଏନେଇ ଆଜି ଓଡ଼ିଶା ପାୱାର ଟ୍ରାସମିଶନ କର୍ପୋରେସନ ଲିମିଟେଡ (ଓପିଟିସିଏଲ), ଭାରତ ସଞ୍ଚାର ନିଗମ ଲିମିଟେଡ (ବିଏସଏନଏଲ) ଏବଂ ଓଡ଼ିଶା କମ୍ପ୍ୟୁଟର ପ୍ରୟୋଗ ସେଣ୍ଟର (ଓକାକ) ମଧ୍ୟରେ ଏକ ଚୁକ୍ତି ସ୍ୱାକ୍ଷରିତ ହୋଇଛି । ଏହି ଅବସରରେ ସୂଚନା ଓ ପ୍ରଯୁକ୍ତି ମନ୍ତ୍ରୀ ତୁଷାରକାନ୍ତି ବେହେରା, ବିଭାଗୀୟ ଶାସନ ସଚିବ ମନୋଜ ମିଶ୍ର, ଓପିଟିସିଏଲ ନିର୍ଦ୍ଦେଶକ, ବିଏସଏନଏଲ ମୁଖ୍ୟ ମହାପ୍ରବନ୍ଧକ, ଓକାକ ସିଇଓ ଓ ଜେନେରୋଲ ମ୍ୟାନେଜର ଉପସ୍ଥିତ ରହିଥିଲେ ।

ବର୍ତ୍ତମାନସ ସମୟରେ ସମସ୍ତ ସରକାରୀ ଅଫିସ୍ ପ୍ରାୟତଃ ଇଣ୍ଟରନେଟ ସେବା ଉପରେ ନିର୍ଭରଶୀଳ । ଲୋକମାନେ କୃଷି, ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ କିପରି ଡିଜିଟାଲ ସେବା ସହଜରେ ପାଇପାରିବେ ସେନେଇ ରାଜ୍ୟ ସରକାର ପ୍ରୟାସ କରୁଛନ୍ତି । ରାଜ୍ୟ ସରକାର ୫ଟି ଉପକ୍ରମ ଅନୁସାରେ ଅନେକ ପ୍ରକଳ୍ପ କାର୍ଯ୍ୟକାରୀ କରିଥିବା ବେଳେ ସେଥିପାଇଁ ଇଣ୍ଟରନେଟର ଆବଶ୍ୟକତା ରହିଛି । ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ଲୋକମାନେ ସରକାରୀ ସୁବିଧାର ଫାଇଦା ଉଠାଇ ପାରିବେ ବୋଲି ମନ୍ତ୍ରୀ ତୁଷାରକାନ୍ତି କହିଥିଲେ । ସେହିପରି ୫୪୫ କୋଟି ଟଙ୍କା ବିନିମୟରେ ୨୦ ହଜାର କିମି ଦୀର୍ଘ ଫାଇବର କେବଲିଂ ମାଧ୍ୟମରେ ୧୩୨ଟି ବ୍ଲକ ଅଧିନରେ ଥିବା ୨୯୩୨ଟି ଗ୍ରାମପଞ୍ଚାୟତକୁ ହାଇସ୍ପିଡ ଇଣ୍ଟରନେଟ ନେବା ଯୋଗାଇ ଦିଆଯିବ ବୋଲି ବିଏସଏନଏଲ ମୁଖ୍ୟ ମହାପ୍ରବନ୍ଧକ କହିଥିଲେ ।

Get real time updates directly on you device, subscribe now.