fbpx

ଏମ୍ସରେ ୪ଡାକ୍ତର କରୋନା ପଜିଟିଭ୍

Advertisement

ଭୁବନେଶ୍ୱର, ୯ା୬(ଓଡ଼ିଶା ଭାସ୍କର): ରାଜ୍ୟରେ ପୁଣିଥରେ ୪ଜଣ ଡାକ୍ତର କରୋନା ଆକ୍ରାନ୍ତ ହୋଇଛନ୍ତି । ରାଜଧାନୀ ଭୁବନେଶ୍ୱର ସ୍ଥିତ ଏମ୍ସର ଚାରି ଡାକ୍ତରଙ୍କ କରୋନା ରିପୋର୍ଟ ପଜିଟିଭ୍ ଆସିଛି । ୪ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ଡର୍ମାଟୋଲୋଜି ବିଭାଗର ଜଣେ, ଫାର୍ମାକୋଲୋଜି ବିଭାଗର ଜଣେ, ପାଥୋଲୋଜି ଓ ସର୍ଜରୀ ବିଭାଗର ଜଣେ ଲେଖାଏଁ ଡାକ୍ତର କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏନେଇ ଏମ୍ସ ଲୋକସମ୍ପର୍କ ଅଧିକାରୀଙ୍କ ପକ୍ଷରୁ ସୂଚନା ମିଳିଛି । ୪ଜଣ ଡାକ୍ତରଙ୍କ ମଧ୍ୟରୁ ୩ଜଣ ସିନିଅର ଓ ଜଣେ ଜୁନିଅର ହୋଇଥିବା ଜଣାପଡ଼ିଛି ।

ଏହାସହ ୪ ଆକ୍ରାନ୍ତ ଡାକ୍ତରଙ୍କ ସଂସ୍ପର୍ଶରେ ଆସିଥିବା ଆଉ ୧୦ ଜଣ ଡାକ୍ତରଙ୍କୁ କ୍ୱାରେଣ୍ଟିନ କେନ୍ଦ୍ରକୁ ପଠାଇଲା ଏମ୍ସ।

 

Get real time updates directly on you device, subscribe now.