fbpx

ଏମ୍ସରେ ଚାକିରି କରିବା ପାଇଁ ଇଚ୍ଛୁକ କି ? ଏବେ ହିଁ କରନ୍ତୁ ଆବେଦନ, ମିଳିବ 1 ଲକ୍ଷ ଦରମା

ନୂଆଦିଲ୍ଲୀ: ଚାକିରି ଖୋଜୁଥିଲେ ଏହି ଖବର ଆପଣଙ୍କ ପାଇଁ । ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ(ଏମ୍ସ) ପକ୍ଷରୁ ଆସିଷ୍ଟାଣ୍ଟ ପ୍ରଫେସର ପାଇଁ ନିଯୁକ୍ତି ସୁଯୋଗ ବାହାରିଛି । ଦିଲ୍ଲୀ ଏବଂ ଏନସିଆର ଜଜରରେ ସମୁଦାୟ 42 ପଦରେ ନିଯୁକ୍ତି ସୁଯୋଗ ବାହାରିଛି । ଯୋଗ୍ୟ ହିତାଧିକାରୀମାନେ ଅକ୍ଟୋବର 5 ତାରିଖ ସନ୍ଧ୍ୟା 5ଟା ଯାଏଁ ଆବେଦନ କରିପାରିବେ । rrp.aiimsexams.ac.in ଓ୍ବେବସାଇଟକୁ ଯାଇ ଫର୍ମ ଫିଲାପ କରନ୍ତୁ ।

ବିଭିନ୍ନ ବିଭାଗରେ ପ୍ରଫେସର ପାଇଁ ଏହି ପଦବୀ ବାହାର କରାଯାଇଛି । ଏହି ପଦବୀ ପାଇଁ ଏକ ବର୍ଷର ଟେଣ୍ଡର ରହିବ । ନଚେତ୍ କୌଣସି ପ୍ରଫେସରଙ୍କୁ ନିଯୁକ୍ତି ମିଳିବା ପାଇଁ ଆସିଷ୍ଟାଣ୍ଟ ପ୍ରଫେସର ଚାକିରି କରିପାରିବେ । ତେବେ ସବୁଠାରୁ ଖୁସିର ବିଷୟ ଯେ, ଏହି ଚାକିରିରେ ଦରମା 1 ଲକ୍ଷ 42 ହଜାର 506 ଟଙ୍କା ରହିଛି ।

ତେବେ ଆବେଦନ କରିବା ସମୟରେ ଶୁଳ୍ପ ଦେବାକୁ ହେବ । ସାଧାରଣ ଏବଂ ଓବିସି ବର୍ଗଙ୍କ ପାଇଁ 3000ଟଙ୍କା ଫି ରହିଛି । ସେହିପରି ଏସସି ଏବଂ ଏସଟିମାନଙ୍କ ପାଇଁ 2400 ଟଙ୍କା ଧାର୍ଯ୍ୟ କରାଯାଇଛି । ଅନ୍ୟପଟେ ପିଡବ୍ଲୁଡି ଆଶାୟୀଙ୍କୁ କୌଣସି ପ୍ରକାର ଶୁଳ୍ପ ଦେବାକୁ ହେବ ନାହିଁ ବୋଲି କୁହାଯାଇଛି । ଏମ୍ସର ଚୟନ କମିଟି ଦ୍ବାରା ଚୟନ କରାଯିବା ପରେ ଯୋଗ୍ୟ ଆଶାୟୀଙ୍କୁ ସାକ୍ଷାତକାର ପାଇଁ ଏମ୍ସ ଡକାଯିବ । ଯେଉଁମାନଙ୍କୁ ଚୟନ କରାଯିବ, ସେମାନଙ୍କ ନାମ ଓ୍ବେବସାଇଟରେ ପ୍ରକାଶ ପାଇବ ।

Get real time updates directly on you device, subscribe now.