fbpx

‘ପାକିସ୍ତାନରୁ ଆସୁଥିବା ପବନ ଦିଲ୍ଲୀକୁ କରୁଛି ପ୍ରଦୂଷିତ’- ୟୁପି ସରକାର

ନୂଆଦିଲ୍ଲୀ: ବାୟୂ ପ୍ରଦୂଷଣକୁ ନେଇ ଶୁକ୍ରବାର ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି । ଏହି ସମୟରେ ଉତ୍ତର ପ୍ରଦେଶ ସରକାର ସୁପ୍ରିମକୋର୍ଟକୁ କହିଛନ୍ତି ଯେ, ପାକିସ୍ତାନରୁ ଆସୁଥିବା ଦୂଷିତ ବାୟୁ ଦିଲ୍ଲୀକୁ ପ୍ରଭାବିତ କରୁଛି । ୟୁପି ସରକାର କହିଛନ୍ତି ଯେ, ୟୁନିର ଶିଳ୍ପରୁ ନିର୍ଗତ ହେଉଥିବା ଧୂଆଁ ଦିଲ୍ଲୀକୁ ନୁହେଁ ବରଂ ଅନ୍ୟତ୍ର ଯାଉଛି ।

ସୁପ୍ରିମକୋର୍ଟଙ୍କ ପାଖରେ ୟୁପି ସରକାରଙ୍କ ପକ୍ଷରୁ ଲଢ଼ୁଥିବା ଆଇନଜୀବୀ କହିଛନ୍ତି ଯେ, ଆମ ତରଫରୁ ବାୟୁ ଦିଲ୍ଲୀ ଆଡ଼କୁ ଯାଉନାହିଁ । ପବନ ପାକିସ୍ତାନ ପଟରୁ ଆସୁଛି । ଏହି କଥାରେ ମୁଖ୍ୟ ନ୍ୟାୟାଧୀଶ ସିଭି ରମନ୍ନା ଥଟ୍ଟା କରିବା ଉଦ୍ଦେଶ୍ୟରେ କହିଛନ୍ତି ଯେ, ଆପଣ ପାକିସ୍ତାନର ଶିଳ୍ପକୁ ବନ୍ଦ କରିବାକୁ ଚାହୁଁଛନ୍ତି । ଏହି ମାମଲାକୁ ଆସନ୍ତା ଶୁକ୍ରବାର ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି । ପରବର୍ତ୍ତୀ ଶୁଣାଣି ଆସନ୍ତା ଶୁକ୍ରବାର କରାଯିବ ।

Get real time updates directly on you device, subscribe now.