ପ୍ଲେନ କ୍ରାସ ପରେ ଅହମ୍ମଦାବାଦ ବିମାନବନ୍ଦରରେ ଘୁରି ବୁଲୁଛନ୍ତି ଆତ୍ମା; ଲୋକେ ଦେଖି ଛାନିଆ!
ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣା ପରେ ଘୁରି ବୁଲୁଛନ୍ତି ଆତ୍ମା
ଅହମ୍ମଦାବାଦ: ଅହମ୍ମଦାବାଦ ବିମାନବନ୍ଦରରେ ଘୁରି ବୁଲୁଛନ୍ତି ଆତ୍ମା! ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ଅହମ୍ମଦାବାଦ ବିମାନବନ୍ଦରରୁ ଉଡ଼ାଣ ଭରିବା ପରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାର ସ୍ମୃତି ଏବେ ବି ଲୋକଙ୍କ ମନରେ ତାଜା।
ଜୁନ୍ ମାସରେ ହୋଇଥିବା ଏହି ବିମାନ ଦୁର୍ଘଟଣାରେ ୨୭୦ ଜଣ ପ୍ରାଣ ହରାଇଥିଲେ। ଏହି ଭୟଙ୍କର ଦୁଃଖଦ ଘଟଣାର କାରଣ ବିଷୟରେ ଅନେକ ପ୍ରଶ୍ନର ଉତ୍ତର ଏପର୍ଯ୍ୟନ୍ତ ମଧ୍ୟ ମିଳିନାହିଁ। ତଥାପି, ଏହି ସମୟ ମଧ୍ୟରେ, ସୋସିଆଲ ମିଡିଆରେ ଏକ ଭିଡିଓ ବେଶ ଭାଇରାଲ ହେଉଛି, ଯେଉଁଥିରେ ଏକ ଅଜବ ଦାବି କରାଯାଇଛି।
ଏହି ଭାଇରାଲ ଭିଡିଓରେ, ନିଜକୁ ‘ପୂର୍ବ ଜନ୍ମର ବିଶେଷଜ୍ଞ’ ବୋଲି କହୁଥିବା ସଞ୍ଜୀବ ମଲ୍ଲିକ ଦାବି କରି କହୁଛନ୍ତି ଯେ ଏୟାର ଇଣ୍ଡିଆ ଦୁର୍ଘଟଣାରେ ମୃତ ଯାତ୍ରୀଙ୍କ ଆତ୍ମା ଏବେ ବି ଅହମ୍ମଦାବାଦ ବିମାନବନ୍ଦରରେ ଘୁରି ବୁଲୁଛି। ସେ ଏହି ଆତ୍ମାର ଶାନ୍ତି ପାଇଁ ଏକ ପ୍ରାର୍ଥନା ସଭାର ଆୟୋଜନ କରିବାକୁ ଗୁଜରାଟର ଲୋକମାନଙ୍କୁ ମଧ୍ୟ ନିବେଦନ କରିଛନ୍ତି।
ଏହି ଭିଡିଓକୁ ଦେଖି ଅନେକ ଲୋକ ସେମାନଙ୍କର ମତାମତ ଦେଇଛନ୍ତି। କେହି କେହି ଏହାକୁ ସମାଲୋଚନା କରି କହିଛନ୍ତି ତ ଆଉ କେହି କେହି ଏହାକୁ ସମର୍ଥନ କରିଛନ୍ତି।