fbpx
BSKY SKY
BSKY SKY

ଏହି ଦିନ ଆନ୍ତର୍ଜାତୀୟ ଓ ଘରୋଇ ରୁଟ୍ ପାଇଁ ଟିକେଟ୍ ବୁକିଂ କରିବ ଏୟାର ଇଣ୍ଡିଆ

BSKY

ନୂଆଦିଲ୍ଲୀ,୧୮ ।୪: କରୋନା ଯୋଗୁଁ ସାରା ଦେଶରେ ଲକ୍-ଡାଉନ୍ ଚାଲିଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ବିମାନ ଚଳାଚଳ ମଧ୍ୟ ବନ୍ଦ ରିହିଛି । ଏହାରି ମଧ୍ୟରେ ସରକାରୀ କ୍ଷେତ୍ରରେ ବିମାନ କମ୍ପାନୀ ଏୟାର ଇଣ୍ଡିଆ ଲକ୍-ଡାଉନ୍ ପରେ ନିଜର ସେବା ଆରମ୍ଭ କରିବ ବୋଲି ସୂଚନା ଦେଇଛି । ମେ୧ ଠାରୁ ଆନ୍ତର୍ଜାତୀୟ ଉଡାଣ ପାଇଁ ଟିକେଟ୍ ବୁକିଂ ଆରମ୍ଭ ହେବ ବୋଲି ଆଜି ଏୟାର ଇଣ୍ଡିଆ ପକ୍ଷରୁ କୁହାଯାଇଛି । ସେହିପରି ଲକ୍-ଡାଉନ୍ ଶେଷ ହେବାର ପରଦିନ ବା ମେ ୪ରୁ କିଛି ଘରୋଇ ରୁଟରେ ବିମାନ ସେବା ପାଇଁ ଟିକେଟ ବୁକିଂ ଆରମ୍ଭ ହେବ । ସେଥିରେ ଦିଲ୍ଲୀ, ଚେନ୍ନାଇ, କୋଲକାତା ଓ ବେଙ୍ଗାଲୁରୁ ସାମିଲ ରହିଛି ।

ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୪ ଏପ୍ରିଲରୁ ମେ ୩ ପର୍ଯ୍ୟନ୍ତ ଲକ୍-ଡାଉନ୍ ଅବଧିକୁ ବୃଦ୍ଧି କରିଛନ୍ତି । ଏହାପରେ ଏୟାର ଇଣ୍ଡିଆ ନିଜର ଆନ୍ତର୍ଜାତୀୟ ଓ ଘରୋଇ ବିମାନ ସେବା ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛି ।

Get real time updates directly on you device, subscribe now.