fbpx

ଗାଜାର ଏକ ସ୍କୁଲରେ ଏୟାର ଷ୍ଟ୍ରାଇକ୍, ୨୮ ମୃତ: ପାଲେଷ୍ଟାଇନ୍ ସ୍ବାସ୍ଥ୍ୟକର୍ମୀ

ନୂଆଦିଲ୍ଲୀ: ପାଲେଷ୍ଟାଇନ ରେଡ୍ କ୍ରିସେଣ୍ଟ୍ କହିଛି ଯେ ଇସ୍ରାଏଲର ଏୟାର ଷ୍ଟ୍ରାଇକ୍ ରେ କେନ୍ଦ୍ରୀୟ ଗାଜାର ଡେଇର୍ ଅଲ୍ ବାଲାହ ଅଞ୍ଚଳର ଏକ ସ୍କୁଲରେ ୨୮ ଜଣ ପ୍ରାଣ ହରାଇଛନ୍ତି । ଇସ୍ରାଏଲ ସେନା ଏ ନେଇ କିଛି କହିନଥିବା ବେଳେ ଗତ କିଛି ମାସ ମଧ୍ୟରେ ଗାଜାରେ ଥିବା ଅନେକ ସ୍କୁଲ ଉପରେ ଆକ୍ରମଣ ହୋଇଛି । ଇସ୍ରାଏଲ ସେନା କହିଛି ଯେ ଏହି ସ୍କୁଲଗୁଡ଼ିକୁ ହାମାସ ବ୍ୟବହାର କରୁଛି ।

ଏହାବ୍ୟତୀତ ଲେବାନନର ରାଜଧାନୀ ବେରୁତ ସମେତ ଦକ୍ଷିଣ ଲେବାନନରେ ଇସ୍ରାଏଲ ଆକ୍ରମଣ କରୁଛି । ଏଥିରେ ୫ ଜଣ ସ୍ୱାସ୍ଥ୍ୟକର୍ମୀଙ୍କ ମୃତ୍ୟୁ ଘଟିଛି । ଏହାର ଜବାବରେ ହିଜବୁଲ୍ଲା ମଧ୍ୟ ଇସ୍ରାଏଲ ଉପରେ ରକେଟ୍ ମାଡ଼ କରିଥିଲା । ବାସ୍ତବରେ ୨୦୨୩ ଅକ୍ଟୋବର ୭ତାରିଖରେ ହାମାସ ଇସ୍ରାଏଲ ଉପରେ ଆକ୍ରମଣ କରିଥିଲା । ଏହାର ଜବାବରେ ଇସ୍ରାଏଲ ସେନା ଗାଜାରେ ସ୍ଥଳ ଓ ବିମାନ ଅପରେସନ୍ ଚଳାଇଛି ।

Get real time updates directly on you device, subscribe now.