fbpx

ବିଧାୟକ ପଦରୁ ଇସ୍ତଫା ଦେଲେ ଅଖିଲେଶ ଯାଦବ

ନୂଆଦିଲ୍ଲୀ: ନରେନ୍ଦ୍ର ମୋଦୀ ତୃତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ସହିତ ବିଭିନ୍ନ ବିଭାଗର ମନ୍ତ୍ରୀମାନେ ଅନେକ ନେତା ଶପଥ ଗ୍ରହଣ କରିଛନ୍ତି । ଏଥର ବିଜେପି ଏକାକୀ ୨୪୦ଟି ଆସନ ପାଇଥିବା ବେଳେ ବହୁମତରୁ ପଛରେ ରହିଯାଇଥିଲା । ତେଣୁ ଆନ୍ଧ୍ରପ୍ରଦେଶର ତେଲୁଗୁ ଦେଶମ୍ ପାର୍ଟି (ଟିଡିପି) ଓ ବିହାରର ଜେଡିୟୁ ସହିତ ମେଣ୍ଟ କରି ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନଡିଏ) କେନ୍ଦ୍ରରେ ସରକାର ଗଠନ କରିଛି ।

ତେବେ ଏହା ମଧ୍ୟରେ ରାଜନୈତିକ କ୍ଷେତ୍ରରୁ ଆସିଛି ଏକ ବଡ଼ ଖବର । ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଲେଶ ଯାଦବ ବିଧାନସଭାର ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ଚଳିତ ଥର ସପା ଉତ୍ତରପ୍ରଦେଶରେ ଅଧିକ ସିଟ୍ ଜିତିଥିବାରୁ ଏବେ ଅଖିଲେଶ କେନ୍ଦ୍ରରେ ରାଜନୀତି କରିବେ । ତେଣୁ ଅଖିଲେଶ କରହଲ ଆସନରୁ ବିଧାୟକ ପଦ ଛାଡ଼ିଛନ୍ତି । ଏଥିସହିତ ସେ ୟୁପି ବିଧାନସଭାର ବିରୋଧୀ ଦଳ ନେତା ପଦ ମଧ୍ୟ ଛାଡ଼ିଛନ୍ତି ।

Get real time updates directly on you device, subscribe now.