fbpx
BSKY
BJD SHG SKY
BJD YOUTH SKY

(video)ହସ୍ପିଟାଲ ତଳେ ନିର୍ମାଣ ହୋଇଥିଲା ହମାସ ଆତଙ୍କର ଗୁପ୍ତ ସହର, ଏସି ଫ୍ରିଜ୍ ଠାରୁ ଆରମ୍ଭ କରି ଭରି ରହିଥିଲା ମାରଣାସ୍ତ୍ର

ନୂଆଦିଲ୍ଲୀ: ଗାଜାରେ ଅଲ୍ ସିଫା ହସ୍ପିଟାଲକୁ ହମାସ ଆତଙ୍କବାଦୀମାନେ ଇସ୍ରାଏଲ ବିରୁଦ୍ଧରେ ଲଢେଇ ସୁରକ୍ଷିତ ଆଡ୍ଡା ମନେ କରୁଥିଲେ । ହସ୍ପିଟାଲ ତଳେ ହମାସ ଆତଙ୍କର ଗୁପ୍ତ ସହର ନିର୍ମାଣ କରିଥିଲା । ସିଫା ହସ୍ପିଟାଲ ତଳୁ ଏବେ ଇସ୍ରାଏଲ ସୈନ୍ୟଙ୍କୁ ବହୁ ସଂଖ୍ୟାରେ ଅସ୍ତ୍ରଶସ୍ତ୍ର ଓ ସୁଡଙ୍ଗର ସନ୍ଧାନ ମିଳୁଛି । ଏହି କ୍ରମରେ ଏବେ ଆଇଡିଏଫ୍ ହମାସର ସବୁଠାରୁ ବୃହତ୍ତ ସୁଡଙ୍ଗର ସନ୍ଧାନ କରିପାରିଛି । ଏହି ସୁଡଙ୍ଗ ବହୁତ ଲମ୍ବା ହୋଇଥିବା ବେଳେ ଏହା ମଧ୍ୟରୁ ବହୁ ସଂଖ୍ୟାରେ ଅସ୍ତ୍ରଶସ୍ତ୍ର ଯେପରିକି ବମ୍‌, ମୋର୍ଟାର, ରକେଟ୍‌, ମିସାଇଲ୍ ଆଦି ସନ୍ଧାନ ମିଳିଛି ।

ଶିଫା ହସ୍ପିଟାଲର ଡ୍ରୋନ୍ ଫୁଟେଜ୍ ଆଇଡିଏଫ୍ ଏକ୍ସରେ ସେୟାର କରିଛି । ଏହି ଫଟୋ ସେୟାର କରିବା ସହ ଆଇଡିଏଫ୍ କ୍ୟାପସନରେ ଲେଖିଛି କିି, ‘ହମାସ ହସ୍ପିଟାଲକୁ ଆଗରେ ରଖି ପଛରୁ ଯୁଦ୍ଧ ଲଢୁଥିଲା । ‘ଏବେ ଦୁନିଆ ହମାସର ନିନ୍ଦା କରିବ ତ ? ନା ଏହାପରେ ବି ହମାସ ବିରୁଦ୍ଧରେ ବିଶ୍ୱକୁ ଆଉ ବଡ କିଛି ପ୍ରମାଣର ଆବଶ୍ୟକ ରହିଛିି?’

Get real time updates directly on you device, subscribe now.