fbpx
BSKY
BJD SHG SKY
BJD MC SKY

ଗୃହ ମନ୍ତ୍ରଣାଳୟ ଜାରି କଲା ସତର୍କ ସୂଚନା: ଗୋଟିଏ କୋଡ୍ ଦ୍ୱାରା ଆପଣଙ୍କର ଫୋନ୍ ହ୍ୟାକ୍ ହୋଇଯିବ, ଗୋଟିଏ ଭୁଲ୍ ପାଇଁ ବ୍ୟାଙ୍କ ଆକାଉଣ୍ଟ ଜିରୋ ହୋଇଯିବ

ନୂଆଦିଲ୍ଳୀ: ବର୍ତ୍ତମାନ ସମୟରେ ସାଇବର କ୍ରାଇମ୍ ବହୁମାତ୍ରାରେ ବଢ଼ିବାରେ ଲାଗିଛି । ସାଧାରଣଙ୍କ ଲୋକଙ୍କଠାରୁ ଆରମ୍ଭ କରି ବଡ଼ ବଡ଼ ଲୋକମାନେ ମଧ୍ୟ ଫ୍ରଡଙ୍କ ଶିକାର ହେଉଥିବା ଦେଖାଯାଉଛି । ଆଜିକାଲି ଫ୍ରଡମାନେ ଠକାମିର ନୂଆ ନୂଆ ତରିକା ଆପଣାଉ ଥିବାରୁ ସାଧାରଣ ଲୋକମାନେ ସେନେଇ ଅଜ୍ଞ ରହିଥାନ୍ତି । ଏଭଳି ସ୍ଥିତିରେ ଲୋକଙ୍କର ବ୍ୟାଙ୍କ ଆକାଉଣ୍ଟ ଜିରୋ ହେବାର ସମ୍ଭାବନା ରହିଥାଏ । ଆପଣଙ୍କର ସିକ୍ରେଟ କଲକୁ ମଧ୍ୟ ହ୍ୟାକର୍ସମାନେ ଶୁଣିପାରିବେ । ଏନେଇ କେନ୍ଦ୍ର ଗୃହ ମନ୍ତ୍ରଣାଳୟ (ଏମଏଚଏ) ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି ।

ଆଜିକାଲି ସାଇବର ଫ୍ରଡର ନୂଆ ନୂଆ ମାମଲା ସାମ୍ନାକୁ ଆସୁଛି । ତେଣୁ ସରଳ ତଥା ନିରୀହ ଲୋକଙ୍କୁ ସେଥିରୁ ବଞ୍ଚାଇବା ପାଇଁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଆଲର୍ଟ ଜାରି କରାଯାଇଛି । ଗୁପ୍ତ ଭାବେ ଲୋକଙ୍କର ବ୍ୟାଙ୍କ ଆକାଉଣ୍ଟ ଖାଲି ହେଉଥିବା ନେଇ ଏହି ଆଲର୍ଟ ଜାରି କରାଯାଇଛି । ନିକଟରେ ମନ୍ତ୍ରଣାଳୟର ସାଇବର ୱିଙ୍ଗ ସାଇବର କ୍ରିମିନାଲଙ୍କର ସବୁଠାରୁ ଏକ ଲାଟେଷ୍ଟ ତରିକାର ସନ୍ଧାନ ପାଇଛି । ଏଥିରେ ବ୍ୟାଙ୍କ ଆକାଉଣ୍ଟ ଜିରୋ ହେବା ନେଇ ସାଧାରଣ ଲୋକଙ୍କୁ କୌଣସି ସୂଚନା ମିଳିପାରିନଥାଏ । ହ୍ୟାକର୍ସମାନେ ପ୍ରଥମେ ଲୋକଙ୍କୁ ମିଥ୍ୟା ଆଶ୍ୱାସନା ଦେଇଥାନ୍ତି ।

ଏହି ତରିକାରେ ସ୍କାମର୍ସମାନେ ସାଧାରଣଲୋକଙ୍କୁ କଲ୍ କରିଥାନ୍ତି । ‘ଆପଣଙ୍କର ଫୋନ୍ ହ୍ୟାକ୍ ହୋଇଯାଇଛି, ଆପଣଙ୍କର ଫୋନ୍ ବନ୍ଦ ହୋଇଯିବ’ ବୋଲି କହି ଯଦି କିଏ କଲେ କରେ, ଯଦି କିଏ *401#9818xxxxx6 ଅଜଣା ନମ୍ବରକୁ ଡାଏଲ କରିବାକୁ କୁହେ, ତେବେ ତୁରନ୍ତ ସାବଧାନ ହୋଇଯାଆନ୍ତୁ । ସ୍ମାର୍ଟଫୋସ୍ ୟୁଜର୍ସ *401# ପରେ କୌଣସି ନମ୍ବରକୁ ଡାଏଲ୍ କରିବା ପରେ ଆପଣଙ୍କର ସବୁ ମେସେଜେ୍ ଓ କଲ ସେହି ନମ୍ବରକୁ ଚାଲିଯିବ । ସ୍କାମର୍ସ ଥରେ ଓଟିପିକୁ ଆକ୍ସେସ କରିନେବା ପରେ ଆପଣଙ୍କର ବ୍ୟାଙ୍କ ଆକାଉଣ୍ଟର ବାଲାନ୍ସ ଖାଲି ହୋଇପାରେ । ଏପରିକି ଠକମାନେ ଆପଣଙ୍କର ଗୁପ୍ତ କଲ୍ ମଧ୍ୟ ଶୁଣିପାରନ୍ତି । ଏପରିସ୍ଥିତିରେ ଆପଣଙ୍କର ସିକ୍ରେଟସ୍ ପଦାକୁ ଆସିବାର ସମ୍ଭାବନା ରହିଥାଏ । ଏହି ଧରଣର ସାଇବର ଫ୍ରଡରୁ ମୁକ୍ତି ପାଇବା ପାଇଁ ଆପଣମାନେ ସାଇବର ହେଲପଲାଇନ ନମ୍ବର ୧୯୩୦କୁ କଲ୍ କରିପାରିବେ ।

Get real time updates directly on you device, subscribe now.