fbpx
BSKY SKY
BSKY SKY

ଗଙ୍ଗୁବାଇ ପାଇଁ ଆଲିୟା ନେଇଛନ୍ତି ଏତିକି କୋଟି, ଜାଣିଲେ ଉଡିଯିବ ହୋସ୍

BSKY

ନୂଆଦିଲ୍ଲୀ: ସଞ୍ଜୟ ଲୀଳା ବଂଶସାଲୀଙ୍କ ନିର୍ଦ୍ଦେଶିତ ଫିଲ୍ମ ଗଙ୍ଗୁବାଇ ଗାଠିଆୱାଡ୍ ଏବେ ଚର୍ଚ୍ଚାରେ ରହିଛି । ବିଭିନ୍ନ ବିବାଦ ପରେ ଶେଷରେ ପରଦାକୁ ଆସିଛି । ଏହି ଫିଲ୍ମରେ ଲିଡ୍ ରୋଲ୍ ରେ ଅର୍ଥାତ୍ ଗଙ୍ଗୁବାଇ ଭୁମିକାରେ କ୍ୟୁଟ୍ ଆଲିୟା ଓ କ୍ୟାମିୟୋ ରୋଲ୍ ରେ ନଜର ଆସିଛନ୍ତି ଅଜୟ ଦେବଗନ୍ । ଆଲିୟା ଓ ଅଜୟଙ୍କ ବ୍ୟତୀତ ଏଥିରେ ହୁମା କ୍ୟୁରେସୀ, ଶାନ୍ତନୁ ମହେଶ୍ୱରୀ, ବିଜୟ ରାଜ ଓ ଦିଗ୍ଗଜ ସିତୋର ନଜର ଆସିଛନ୍ତି । ତେବେ ଗଙ୍ଗୁବାଇ ଫିଲ୍ମ ପାଇଁ ଆଲିୟା ମୋଟା ଅଙ୍କର ଚାର୍ଜ ନେଇଛନ୍ତି । ଏହି ଫିଲ୍ମରେ ପରେ ଆଲିୟା ହିନ୍ଦୀ ସିନେମାରେ ସବୁଠାରୁ ଅଧିକ ଫିସ୍ ନେଉଥିବା ଅଭିନେତ୍ରୀ ତାଲିକାରେ ସାମିଲ ହୋଇଛନ୍ତି । ସେହିପରି ଅଜୟ ମଧ୍ୟ ଏହି ଫିଲ୍ମ ପାଇଁ ମୋଟା ଅଙ୍କର ଟଙ୍କା ନେଇଛନ୍ତି । ତାହେଲେ ଚାଲନ୍ତୁ ଜାଣିବା ଗଙ୍ଗୁବାଇ କାଠିଆୱାଡ୍ ଫିଲ୍ମର ମୁଖ୍ୟ ଭୁମିକା ଗୁଡ଼ିକରେ ଚିତ୍ରିତ ହୋଇଥିବା କାଷ୍ଟ୍ ଙ୍କ ଫିସ୍ ବାବଦରେ । ସର୍ବପ୍ରଥମେ ଆଲିୟା ଭଟ୍ଟଙ୍କ ଫିସ୍ ବାବଦରେ ଜାଣିବା ।


କମାଠିପୂରାର କ୍ୱିନ୍ କୁହାଯାଉଥିବା ଗଙ୍ଗୁବାଇ କାଠିଆୱାଡ୍ ରୋଲ୍ ରେ ନଜର ଆସିଥିବା ଆଲିୟାଙ୍କ ଅଭିନୟ ତଥା ତାଙ୍କ ଲୁକ୍ ଜବରଦସ୍ତ ହୋଇଛି । ଭୁମିକା ସହିତ ଆଲିୟା ଅଭିନୟର ଜବରଦସ୍ତ କମ୍ବିନେସନ୍ ଦେଖିବାକୁ ମିଳିଛି । ମିଡିଆ ରିପୋର୍ଟସ୍ ମୁତାବକ, ଏହି ଫିଲ୍ମ ପାଇଁ ଆଲିୟା ୨୦ କୋଟି ଟଙ୍କା ନେଇଛନ୍ତି ।

ଅଜୟ ଦେବଗନ୍ ଏହି ଫିଲ୍ମ ରେ କ୍ୟାମିୟୋ କରିଛନ୍ତି । ଫିଲ୍ମରେ ରହିନ୍ ଲାଲା ଭୁମିକାରେ ତାଙ୍କୁ ଦେଖିବାକୁ ମିଳିଛି । କ୍ୟାମିୟୋ ପାଇଁ ଅଜୟ ମୋଟା ରକମ ନେଇଛନ୍ତି । ଏହି ଫିଲ୍ମ ପାଇଁ ସେ ୧୧ କୋଟି ଟଙ୍କା ଫିସ୍ ନେଇଛନ୍ତି ।

ସେହିପରି ଅଜୟ ଦେବଗନ୍ ଙ୍କ ପରେ ଏହି ଫିଲ୍ମରେ ସର୍ବାଧିକ ଫିସ୍ ନେଇଛନ୍ତି ହୁମା କ୍ୟୁରେସୀ । ରିପୋର୍ଟ ମୁତାବକ, ହୁମା କ୍ୟୁରେସୀ ଫିଲ୍ମ ପାଇଁ ୨ କୋଟି ଟଙ୍କା ନେଇଛନ୍ତି । ସେ ଏଥିରେ କେବଳ ଗୋଟିଏ ଗୀତରେ ନଜର ଆସିଛନ୍ତି ।

ଅନ୍ୟପଟେ ବିଜୟ ରାଜ୍ ଗଙ୍ଗୁବାଇ କାଠିଆୱାଡ୍ ଫିଲ୍ମରେ ଟ୍ରାନ୍ସଜେଣ୍ଡର୍ ରାଜିଆବାଇ ଭୂମିକା ନିଭାଇଛନ୍ତି । ରିପୋର୍ଟ ଅନୁସାରେ, ଏହି ଫିଲ୍ମ ପାଇଁ ୧.୫୦ କୋଟି ଟଙ୍କା ଫିସ୍ ନେଇଛନ୍ତି । ତାଙ୍କ ଭୂମିକା ଖୁବ୍ ଚ୍ୟାଲେଞ୍ଜିଂ ରହିଥିଲା ।

ଗଙ୍ଗୁବାଇ କାଠିଆୱାଡ୍ ଫିଲ୍ମ ଜରିଆରେ ବଡ଼ ପରଦାରେ ଡେବ୍ୟୁ କରିଛନ୍ତି ଶାନ୍ତନୁ ମହେଶ୍ୱରୀ । ସେ ଫିଲ୍ମ ପାଇଁ ୫୦ ଲକ୍ଷ ଟଙ୍କା ନେଇଛନ୍ତି ।

Get real time updates directly on you device, subscribe now.