fbpx

କାଲି ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ: ପ୍ରବଳ ବର୍ଷା ପାଇଁ ରେଡ୍ ଆଲର୍ଟ ଜାରି କଲେ ଜିଲ୍ଲାପାଳ

ଭୁବନେଶ୍ୱର: ଆସନ୍ତାକାଲି ପାଇଁ ମୟୁରଭଞ୍ଜ ଜିଲ୍ଲାର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରଖିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଏ ନେଇ ଜିଲ୍ଲାପାଳ ନିର୍ଦ୍ଦେଶ ଜାରି କରିଛନ୍ତି । ପ୍ରବଳ ବର୍ଷା ନେଇ ମୟୁରଭଞ୍ଜକୁ ରେଡ୍ ଆଲର୍ଟ ଜାରି କରିବା ସହ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ସୃଷ୍ଟି ହୋଇଥିବା ଆଉ ଏକ ଲଘୁଚାପ ଯୋଗୁଁ ଆଜିଠାରୁ ରାଜ୍ୟରେ ବର୍ଷା ଆରମ୍ଭ ହେବାକୁ ଯାଉଛି । ତେବେ ବର୍ଷାର ଆଶଙ୍କା ଯୋଗୁଁ ଆସନ୍ତାକାଲି ପାଇଁ ୩ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଏହି ତାଲିକାରେ କେନ୍ଦୁଝର, ଭଦ୍ରକ ଏବଂ ବାଲେଶ୍ୱରରେ ବର୍ଷା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି ।

ପୁଣି ମାଡ଼ି ଆସୁଛି ଆଉ ଏକ ବଡ଼ ଲଘୁଚାପ, ସମୁଦ୍ର ବଳ ଗୋଟାଇ ଶକ୍ତିଶାଳୀ ହେଉଛି, ପୁଣି ନେବ ଅବପାତର ରୂପ । ସୁମଦ୍ର ଅଶାନ୍ତ ରହିଥିବା ବେଳେ ସୃଷ୍ଟ ଲଘୁଚାପ ଧିରେ ଧିରେ ଭୟଙ୍କର ହେଉଛି । ଯାହାର ପ୍ରଭାବ ଅନେକ ଜିଲ୍ଲା ଉପରେ ପଡିବ । ଏଥର ଆଉ ନିସ୍ତାର ନାହିଁ ସବୁ କିଛି ଛାରଖାର କରିଦେବ । ସେପଟେ ବିଜୁଳି ଘଡଘହି ସାଙ୍ଗକୁ ବାଦଲଫଟା ବର୍ଷାରେ ଅଶନି, ଏପଟେ ଭୂସ୍ଫଳନ ହେବାର ମଧ୍ୟ ଅନେକ ସମ୍ଭାବନା ରହିଛି । ଏଥିପାଇଁ ଏସବୁ ୧୪ ଜିଲଲାକୁ ଚେତାବାନୀ ଦିଅଗଲାଣି ଘରୁ କେହି ନ ବାହରିବାକୁ ପରାମର୍ଶ ମଧ୍ୟ ଦିଆ ହୋଇଛି ।

ଆଜି ଲଘୁଚାପ । ଉପକୂଳ ବାଂଲାଦେଶ ଉପରେ ସୃଷ୍ଟି ହୋଇପାରେ ଲଘୁଚାପ କ୍ଷେତ୍ର । ଏହା କ୍ରମଶଃ ପଶ୍ଚିମ- ଉତ୍ତରପଶ୍ଚିମ ଦିଗରେ ଗତି କରି ଶକ୍ତିଶାଳୀ ହେବା ସହ ଅବପାତର ରୂପ ନେବ । ଏହାର ପ୍ରଭାବରେ ରାଜ୍ୟରେ ୧୫ ତାରିଖ ପର୍ଯ୍ୟନ୍ତ ବର୍ଷା ଲାଗି ରହିବାର ସମ୍ଭାବନା ରହିଛି । କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ଆଜି କଳାହାଣ୍ଡିରେ ପ୍ରବଳରୁ ଅତିପ୍ରବଳ ବର୍ଷା ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ପ୍ରବଳ ବର୍ଷା ପାଇଁ ୧୪ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି । ଏହି ଜିଲ୍ଲାରେ ୭ରୁ ୧୧ ସେଣ୍ଟିମିଟର ପର୍ଯ୍ୟନ୍ତ ବର୍ଷା ହୋଇପାରେ । ଆସନ୍ତାକାଲି ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ତିନି ଜିଲ୍ଲା ମୟୂରଭଞ୍ଜ, କେନ୍ଦୁଝର ଓ ସୁନ୍ଦରଗଡ଼କୁ ଅରେଞ୍ଜ ୱାର୍ଣ୍ଣିଂ ଓ ପ୍ରବଳ ବର୍ଷା ପାଇଁ ୧୧ ଜିଲ୍ଲା ୟେଲୋ ଆଲର୍ଟ ଜାରି ହୋଇଛି ।

Get real time updates directly on you device, subscribe now.