fbpx

ସବୁ ବିଧାୟକଙ୍କର ହେବ କୋଭିଡ ଟେଷ୍ଟ

ଭୁବନେଶ୍ୱର,୭ ।୯(ଓଡିଶା ଭାସ୍କର): ବିଧାନସଭା ଅଧିବେଶନ ପୂର୍ବରୁ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ବାଚସ୍ପତି କହିଛନ୍ତି ଯେ, ବିଧାନସଭା ବସିବାର ୨ ଦିନ ଆଗରୁ ଆୟୋଜି କ୍ୟାମ୍ପରେ ସ୍ୱାବ ଟେଷ୍ଟ କରାଯିବ । ସବୁ ବିଧାୟକ, ମନ୍ତ୍ରୀ ଓ କର୍ମଚାରୀଙ୍କ ହେବ କୋଭିଡ୍ ଟେଷ୍ଟ । ଯେଉଁ ବିଧାୟକମାନଙ୍କର ରିପୋର୍ଟ ନେଗେଟିଭ୍ ଆସିବ, ସେମାନେ ବିଧାନସଭା ଯିବେ । ବିଏମସି ଓ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କରାଯିବ ଟେଷ୍ଟ ।ଏହା ସହ ବିଧାନସଭାରେ ସାମାଜିକ ଦୂରତା ଓ ମାସ୍କ ମାଧ୍ୟତାମୂଳକ ବୋଲି ବାଚସ୍ପତି କହିଛନ୍ତି ।

Get real time updates directly on you device, subscribe now.