fbpx
BSKY
BJD MC SKY
BJD YOUTH SKY

ଭାଙ୍ଗିଲା ସବୁ ରେକର୍ଡ ; ଆଜି ପୁଣି ବଢିଲା ସୁନା ଓ ରୂପା ଦର, ଜିଏସଟି ସମେତ ୧୦ ଗ୍ରାମ ସୁନା ମୂଲ୍ୟ ବର୍ତ୍ତମାନ ୬୧୪୬୧ ଟଙ୍କା

ନୂଆଦିଲ୍ଲୀ : ଇତିହାସ ରଚିଛି ସୁନା ଦର । ସବୁ ରେକର୍ଡ ପଛରେ ପକାଇ ଆଜି ଗୋଟିଏ ଦିନରେ ସୁନା ଦର ୧୪୫୧ ଟଙ୍କା ବୃଦ୍ଧି ପାଇଥିବାବେଳେ ରୂପା ଆଜି ୧୪୭୭ ଟଙ୍କା ବ୍ୟୟବହୁଳ ହୋଇଛି। ସୁନା ଇତିହାସରେ ଏହା ପ୍ରଥମ ଥର ବୋଲି ଅର୍ଥନୈତିକ ବିଶେଷଜ୍ଞ କହିଛନ୍ତି ।

ଆଜି ଗୋଟିଏ ଦିନରେ ସୁନା ମୂଲ୍ୟରେ ୧୪୫୧ ଟଙ୍କା ବୃଦ୍ଧି ପାଇଥିବାବେଳେ ରୂପା ଆଜି ୧୪୭୭ ଟଙ୍କା ବ୍ୟୟବହୁଳ ହୋଇଛି। ସୁନା ଆଜି ବୁଲିଅନ୍ ବଜାରରେ ୫୯୬୭୧ ର ଏକ ନୂତନ ରେକର୍ଡ ସହିତ ଖୋଲିଛି ଯାହା ଫେବୃଆରୀ ୨ ରେ ୧୦ ଗ୍ରାମ ପିଛା ୫୮୮୮୨ ଟଙ୍କା ରହିଥିଲା। ଅନ୍ୟପକ୍ଷରେ ରୂପା ୧୪୭୭ ଟଙ୍କା ହୋଇ ୬୮୨୫୦ ଟଙ୍କାରେ ପହଞ୍ଚିଛି। ଏହି ହାରଗୁଡିକ ଆଇବିଜେଏ ଦ୍ୱାରା ଜାରି କରାଯାଇଛି । ଏହା ଉପରେ ଜିଏସଟି ଲାଗି ନାହିଁ । ଜିଏସ୍ଟି ପରେ ୨୪ କ୍ୟାରେଟ ସୁନା ମୂଲ୍ୟ ୬୧୪୬୧ ଟଙ୍କାରେ ପହଞ୍ଚିଛି।

ଆମେରିକାରେ ବ୍ୟାଙ୍କଗୁଡିକ ବୁଡ଼ିଯିବା କାରଣରୁ ସୁନା ଦର ଆକାଶଛୁଆଁ ହେଉଛି। ମଲ୍ଟି କମୋଡିଟି ଏକ୍ସଚେଞ୍ଜରେ ସୁନା ଆଜି ଆଉ ଏକ ନୂଆ ଇତିହାସ ସୃଷ୍ଟି କରୁଛି । ସୁନା ଆଜି ଏହାର ନୂତନ ସର୍ବକାଳୀନ ଉଚ୍ଚତାକୁ ୧୦ ଗ୍ରାମ ପିଛା ୫୯,୪୬୧ ଟଙ୍କା ଭାଙ୍ଗି ଶୁକ୍ରବାର ଦିନ ୫୯୭୯୫ ଟଙ୍କା (୧୨:୦୦ ଟା) ରେ ପହଞ୍ଚିଛି।

ସୂଚନାଯୋଗ୍ୟ ଯେ, ଶୁକ୍ରବାର ଦିନ ଏହା ୧୦ ଗ୍ରାମ ପିଛା ୫୯,୪୨୦ ଟଙ୍କା ବନ୍ଦ ହୋଇଯାଇଥିଲା। ଯେତେବେଳେ କି, ଏହି ଦିନ ଷ୍ଟକ୍ ମାକେର୍ଟରେ ୧୦ ଗ୍ରାମ ପିଛା ହାରାହାରି ୫୮୨୨୦ ଟଙ୍କା ହାରରେ ସୁନା ବନ୍ଦ ହୋଇଯାଇଥିଲା । ଅର୍ଥାତ୍ ଶୁକ୍ରବାର ଦିନ ସୁନା ବୃଦ୍ଧି ହେବାର ପ୍ରଭାବ ଆଜି ସକାଳ ଅଧିବେଶନରେ ବୁଲିଅନ୍ ବଜାରରେ ଦେଖିବାକୁ ମିଳେ ।

Get real time updates directly on you device, subscribe now.