fbpx

୧ କୋଟି ଟଙ୍କାର ‘ହ୍ୱେଲ୍ ବାନ୍ତି’ ଜବତ, କଟକର ବ୍ୟବସାୟୀ ସମେତ ଅନ୍ୟ ଜଣେ ଗିରଫ

ଠାଣେ: ମହାରାଷ୍ଟ୍ରର ଠାଣେର ଦୁଇ ଜଣ ତସ୍କରଙ୍କ ଠାରୁ ୧ କୋଟି ଟଙ୍କାର ଏମ୍ବରଗ୍ରିସ୍ ଜବତ କରାଯାଇଛି । ଯାହାକୁ ସାଧାରଣ ଭାଷାରେ ହ୍ୱେଲ୍ ର ବାନ୍ତି କୁହାଯାଇଥାଏ । ଶନିବାର ଦିନ ପୋଲିସ୍ ଏନେଇ ସୂଚନା ଦେଇଛି । ଏହି ମାମଲାରେ ଦୁଇ ଜଣଙ୍କୁ ଗିରଫ କରାଯାଇଛି । ଠାଣେ ସହରର ଘୋଡବନ୍ଦର ଠାରୁ ଏହି ଦୁଇ ଅଭିଯୁକ୍ତଙ୍କୁ ଏମ୍ବରଗ୍ରିସ୍ ସହିତ ଧରାଯାଇଛି ।

ଠାଣେ ପୋଲିସ୍ ର ବରିଷ୍ଠ ପୋଲିସ୍ ଅଧିକାରୀ ସୂଚନା ଦେଇ କହିଛନ୍ତି ଯେ, ଗିରଫ କରାଯାଇଥିବା ଦୁଇଜଣଙ୍କ ମଧ୍ୟରୁ ଜଣେ ହେଉଛି ଓଡ଼ିଶାର କଟକ ଜିଲ୍ଲାରେ ରହୁଥିବା ପ୍ରପର୍ଟି ଏଜେଣ୍ଟ ସୁଶାନ୍ତ ବେହେରା(୩୨) ଓ ଉତ୍ତରପ୍ରଦେଶର ବାରଣାସୀରେ ରହୁଥିବା ମନୋଜ ଶର୍ମା(୪୦) । ଦୁଇଜଣଙ୍କୁ ଏକ କୋଟି ଟଙ୍କାର ଏମ୍ବରଗ୍ରିସ୍ ସହିତ ଗିରଫ କରାଯାଇଛି ।

Get real time updates directly on you device, subscribe now.