fbpx

ପୋଲ ଅଧାରେ ଝୁଲୁଛି ଆମ୍ବୁଲାନ୍ସ ଗାଡ଼ି: କୁଆଡ଼େ ଗଲେ ରୋଗୀ-ଡ୍ରାଇଭର?

ବାଲେଶ୍ୱର: ବାଲେଶ୍ୱରର ନୀଳଗିରିରେ ଏକ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଦେଖାଯାଇଛି । ଭାରସାମ୍ୟ ହରାଇ ଗାଡ଼ିଟି ଏକ ନିର୍ମାଣାଧୀନ ପୋଲ ଉପରକୁ ମାଡ଼ି ଯାଇଛି । ଫଳରେ ଆଗକୁ ଯାଇ ନ ପରି ଅଧା ପୋଲରେ ଗାଡ଼ିଟି ଝୁଲି ରହିଛି । ତେବେ ଦୁର୍ଘଟଣା ପରେ ଘଟଣାସ୍ଥଳରୁ ଆମ୍ବୁଲାନ୍ସ ଚାଳକ ଜଣକ ଫେରାର ହୋଇ ଯାଇଥିବା ଜାଣିବାକୁ ମିଳିଛି । ତେବେ ଆମ୍ବୁଲାନ୍ସ ନେଇ ସଜନାଗଡ଼ ରାସ୍ତା ଘୋଡ଼ାଶୂଳ ନିକରେ ଏହି ଦୁର୍ଘଟଣା ଘଟିଯାଇଛି । ଭାଲୁକାଶୁଣୀ ଗାଁକୁ ରୋଗୀ ଆଣିବାକୁ ଯିବା ସମୟରେ ଦୁର୍ଘଟଣାର ଶିକାର ହୋଇଛି ଆମ୍ବୁଲାନ୍ସ ଗାଡ଼ି । ତେବେ ଗାଡ଼ିଟିକୁ ଝୁଲନ୍ତା ଅବସ୍ଥାରେ ଛାଡ଼ି ଫେରାର ହୋଇଛି । ତେବେ ଆମ୍ବୁଲାନ୍ସ ପୋଲରୁ ତଳକୁ ଉଦ୍ଧାର କରିବା ପାଇଁ ଉଦ୍ୟମ ଜାରି ରହିଛି ।

Get real time updates directly on you device, subscribe now.