ପୁରୀ, ୨୯ା୨(ଓଡ଼ିଶା ଭାସ୍କର): କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଓଡ଼ିଶା ଦୁଇ ଦିନିଆ ଗସ୍ତରୁ ଆଜି ଦ୍ୱୀତିୟ ଦିନରେ ପୁରୀରେ ସେ ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି । ତାଙ୍କ ସହ କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ, ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ପ୍ରହ୍ଲାଦ ସିଂ ପଟେଲ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି । ସେଠାରେ ଦର୍ଶନ କରିବା ପରେ ଶାହା କଡ଼ା ସୁରକ୍ଷା ମଧ୍ୟରେ ଭୁବନେଶ୍ୱରରେ ପହଞ୍ଚିଛନ୍ତି । ବର୍ତ୍ତମାନ ପ୍ରଭୁ ଲିଙ୍ଗରାଜଙ୍କୁ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଥିବା ସୂଚନା ମିଳିଛି । ଏହାପରେ ଦିଲ୍ଲୀ ଫେରିଯିବା ନେଇ ଜଣାପଡ଼ିଛି ।
Uttarakhand Govt.
ଗତକାଲି ଶାହା ଦୁଇ ଦିନିଆ ଗସ୍ତରେ ଓଡ଼ିଶା ଆସିଥିଲେ । ଦିନ ୧୦ଟା ୪୦ ମିନିଟରେ ଭୁବନେଶ୍ୱରରେ ପହଞ୍ଚିବା ପରେ ଲୋକସେବା ଭବନରେ ଭୁବନେଶ୍ୱର ପୂର୍ବାଞ୍ଚଳ ଆଞ୍ଚଳିକ ପରିଷଦର ବୈଠକରେ ଓଡ଼ିଶା, ପଶ୍ଚିମବଙ୍ଗ, ବିହାରର ମୁଖ୍ୟମନ୍ତ୍ରୀ ଏବଂ ଝାରଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ବଦଳରେ ସେଠାକାର ଅର୍ଥମନ୍ତ୍ରୀ ଏବଂ ବହୁ ବରିଷ୍ଠ ଅଧିକାରୀଙ୍କ ସହ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ । ଏହାସହ ଜନତା ମୈଦାନରେ ବିଶାଳ ସମାବେଶରେ ଯୋଗ ଦେଇ ସିଏଏ ସମର୍ଥକଙ୍କ ରାଲିକୁ ସମ୍ବୋଧନ କରିଥିଲେ ।

