fbpx
BJD SKY
BJD SKY

ଗୁଜରାଟ ବିଧାନସଭା ନିର୍ବାଚନରେ ଶାହଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରିବ କି ଭାଜପା: କେଜ୍ରିୱାଲ

BJD

ନୂଆଦିଲ୍ଲୀ: ଆଗକୁ ଆସୁଛି ଗୁଜରାଟ ବିଧାନସଭା ନିର୍ବାଚନ । ଏହାକୁ ନେଇ ଚଳଚଞ୍ଚଳ ହୋଇ ଉଠିଛନ୍ତି ବିଜେପି ଓ ଆମ୍ ଆଦମୀ ପାର୍ଟି (ଆପ) । ତେବେ ଏହା ମଧ୍ୟରେ ଆପ୍ ହାଇକମାଣ୍ଡ ଅରବିନ୍ଦ କେଜ୍ରିୱାଲ ବିଜେପି ଆଡ଼କୁ ବାଣ ଛଡ଼ିଛନ୍ତି । ସେ କହିଛନ୍ତି, ଅମିତ ଶାହ ଗୁଜରାଟରେ ଦିନରାତି କଠିନ ପରିଶ୍ରମ କରୁଛନ୍ତି । ରାଜ୍ୟରେ ଭାଜପାର ସ୍ଥିତି ଦିନକୁ ଦିନ ତଳକୁ ଖସିବାରେ ଲାଗିଛି । ଆସନ୍ତା ବିଧାନସଭା ନିର୍ବାଚନରେ ଦଳ ଶାହଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଉପସ୍ଥାପିତ କରିବ କି? କେଜ୍ରିୱାଲଙ୍କ ଏଭଳି ଟ୍ୱିଟକୁ ନେଇ ଏବେ ରାଜନୀତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି ।

କେଜ୍ରିୱାଲ ଟ୍ୱିଟ୍ କରିଛନ୍ତି, ‘ଆପଣ ଗୁଜରାଟରେ ଦ୍ରୁତବେଗରେ ଆଗକୁ ବଢ଼ିବାରେ ଲାଗିଛନ୍ତି । ରାଜ୍ୟରେ ଭାଜପାର ସ୍ଥିତି ଅତ୍ୟ ନଗଣ୍ୟ । ଭୂପେନ୍ଦ୍ରଭାଇ ପଟେଲଙ୍କ କାର୍ଯ୍ୟକୁ ନେଇ ବିଜେପି ବୋଧହୁଏ ସନ୍ତୁଷ୍ଟ ନାହିଁ । ତେଣୁ ଭାଜପା ଶାହ ଜୀ’ଙ୍କୁ ଆସନ୍ତା ନିର୍ବାଚନରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରିବ କି?’ ଦିଲ୍ଲୀ ପରେ ଦ୍ୱିତୀୟ ରାଜ୍ୟ ଭାବେ ପଞ୍ଜାବ ଦଖଲ ପରେ ଆପର ଛାତି ଏବେ ଜାତୀୟ ରାଜନୀତି ଆଡ଼କୁ ଲମ୍ବି ଯାଇଛି ।

ପ୍ରଥମ ଥର ପାଇଁ ଆପ ଗୁଜରାଟ ନିର୍ବାଚନରେ ପ୍ରାର୍ଥୀ ଦେବାକୁ ଯାଉଥିବା ବେଳେ ଗତ ୨୭ ବର୍ଷ ଧରି ରାଜ୍ୟରେ ଭାଜପା କ୍ଷମତାରେ ରହିଛି । ତେଣୁ ଏପରି ସ୍ଥିତିରେ ଭାଜପା ଗୁଜରାଟ ମଡେଲକୁ ଦିଲ୍ଲୀ ମଡେଲ ସହିତ ଚ୍ୟାଲେଞ୍ଜ ଦେଇଛନ୍ତି । ତେଣୁ ସେ ନିଜର ପୁରୁଣା ଷ୍ଟାଇଲରେ ମାଗଣା ଯୋଜନା ଘୋଷଣା କରି ପ୍ରଚାର ଅଭିଯାନ ଚଳାଇଛନ୍ତି । ଦିଲ୍ଲୀ ପରି ଗୁଜରାଟରେ ମଧ୍ୟ ୩୦ ୟୁନିଟ ମାଗଣା ବିଜୁଳି ସହିତ ଯୁବକଙ୍କୁ ଚାକିରି ମିଳିବାର ପ୍ରତିଶ୍ରୁତି ଦେଇଛନ୍ତି କେଜ୍ରିୱାଲ ।

Get real time updates directly on you device, subscribe now.