fbpx

ଅଁଳା ସ୍ୱାସ୍ଥ୍ୟ ପାଇଁ ବରଦାନ ସଦୃଶ୍ୟ : ଜାଣି ନିଅନ୍ତୁ ଏହାକୁ ଖାଇବା ଦ୍ୱାରା ମିଳେ କେଉଁ ୩ଟି ଫାଇଦା

ଭୁବନେଶ୍ୱର : ଅଁଳା ବୃକ୍ଷକୁ ଲୋକେ ପୂଜା କରନ୍ତି । ଏହା ସହିତ ଏହି ଗଛର ଫଳରେ ଅନେକ ଔଷଧୀୟ ଗୁଣ ମଧ୍ୟ ରହିଛି । ସାଧାରଣତଃ ଅଁଳା ନବମୀ ଦିନ ଏହି ବୃକ୍ଷକୁ ପୂଜା କରନ୍ତି । ହିନ୍ଦୁ ଧର୍ମରେ ଏହି ଗଛ ପୂଜନୀୟ ହେବା ସହିତ ତାହାର ଫଳ ସ୍ୱାସ୍ଥ୍ୟ ପାଇଁ ଅନେକ ଉପକାରୀ ମଧ୍ୟ ଅଟେ । ଏହି ଫଳକୁ ନିୟମିତ ଭାବେ ସେବନ କରିବା ଦ୍ୱାରା ଚମତ୍କାରୀ ଲାଭ ମିଳିଥାଏ । ତେବେ ।ାସନ୍ତୁ ଜାଣିବା ଏହାକୁ ସେବନ କରିବା ଦ୍ୱାରା କ’ଣ ଲାଭ ମିଳେ?

– ଅଁଳାରେ ଏକ ବିଶେଷ ପ୍ରକାରର ପ୍ରୋଟିନ ରହିଛି। ଯାହା ଦ୍ୱାରା ବାରମ୍ବାର ଭୋକ ଅନୁଭବ ହୋଇନଥାଏ। ଏହା ଭୋକକୁ ନିୟନ୍ତ୍ରଣ କରିଥାଏ। ଏଥିରେ ଫ୍ୟାଟ୍‌‌ ମାତ୍ରା ମଧ୍ୟ ଖୁବ କମ ଥାଏ। ଏହା ପେଟରୁ ଚର୍ବିକୁ ଜମାଟ ବାନ୍ଧିବାକୁ ଦେଇନଥାଏ ଓ ଓଜନ ହ୍ରାସ କରିବାରେ ବେଶ ସହାୟକ ହୋଇଥାଏ।

– ଯଦି ଆପଣଙ୍କ ଦୃଷ୍ଟି ଶକ୍ତି ଦୁର୍ବଳ ହେବା ଭଳି ଅନୁଭବ ହେଉଛି, ତେବେ ନିୟମିତ ଭାବେ ଗୋଟିଏ ଅଁଳା ନିଶ୍ଚୟ ସେବନ କରନ୍ତୁ । ଏହା ଦୃଷ୍ଟି ଶକ୍ତି ବୃଦ୍ଧି କରିବାରେ ବେଶ ସହାୟକ ହୋଇଥାଏ। ଏହାସହ ଆଖିରେ କୁଣ୍ଡାଇ ହେବା, ଆଖି ପୋଡିବା ଭଳି ଅନୁଭବ ହେଉଥିବା ସମସ୍ୟାକୁ ମଧ୍ୟ ଦୂର କରିଥାଏ ।

– ଅଁଳାରେ ଭରପୁର ମାତ୍ରାରେ ଭିଟାମିନ ସି ରହିଛି । ଏହା ରୋଗ ପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରିବାରେ ବେଶ ସହାୟକ ହୋଇଥାଏ । ଏହାର ସେବନ ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ । ଏହା ସହିତ ଶରୀରକୁ ଅନେକ ସଂକ୍ରମଣରୁ ଦୂରେଇ ମଧ୍ୟ ରଖିଥାଏ । ଏହା ଶରୀରକୁ ଥଣ୍ଡା, ଜ୍ୱରମ ଏବଂ ଅନେକ ସଂକ୍ରମଣରୁ ରକ୍ଷା କରିଥାଏ । ଥଣ୍ଡା ସମୟରେ ୨ ଚାମଚ ଅଁଳା ଗୁଣ୍ଡରେ ୨ ଚାମଚ ମହୁ ମିଶାଇ ସେବନ କରନ୍ତୁ। ଏହାଦ୍ୱାରା ଖୁବ ଲାଭ ମିଳିଥାଏ ।

Get real time updates directly on you device, subscribe now.