fbpx

ହିଂସାକୁ ପ୍ରଦର୍ଶନର ନାମ ଦିଆଯାଉଛି : ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, ୬ା୨: ନାଗରିକତା ସଂଶୋଧନ ଆଇନ ପ୍ରସଙ୍ଗରେ ରାଜ୍ୟସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ ହିଂସାକୁ ପ୍ରଦର୍ଶନର ନାଁ ଦିଆଯାଉଛି । ଅରାଜକତାକୁ ଆମେ କିପରି ପ୍ରଶ୍ରୟ ଦେବୁ ବୋଲି କହି ପ୍ରଶ୍ନ କରିଛନ୍ତି ମୋଦି । ଏହାସହ କଂଗ୍ରେସର କଷ୍ଟ ଆମେ ଅନୁଭବ କରିପାରୁଛୁ ବୋଲି ସେ କହିଛନ୍ତି । ଅଳ୍ପସଂଖ୍ୟକଙ୍କୁ ମିଛ କହିବା ବନ୍ଦ କରାଯାଉ । ମିଛ ପ୍ରଚାର କରି ଡରାଇବା ଅପେକ୍ଷା ସତ କଣ କୁହାଯାଉ । କେରଳ ସରକାର କହୁଥିଲେ ଚରମପନ୍ଥୀ ହିଂସା ଭିଆଉଛନ୍ତି । ବିରୋଧୀ ଭୋଟ ବ୍ୟାଙ୍କ ରାଜନୀତି କରୁଛି । ସିଏଏକୁ ନେଇ ବିଧାନସଭାରେ ଖେଳ ଚାଲିଛି ବୋଲି ମୋଦି କହିଛନ୍ତି ।

Get real time updates directly on you device, subscribe now.