fbpx

ନିଜକୁ ଆତ୍ମସମପଣ କଲା ଅମୃତପାଲ: ପଞ୍ଜାବ ମୋଗା ପୋଲିସ ଆଗରେ ସରେଣ୍ଡର

ନୂଆଦିଲ୍ଲୀ: ଦୀର୍ଘ ଦିନର ଲୁଚକାଳି ଖେଳ ପରେ ଆଜି ପୋଲିସ ଆଗରେ ଆତ୍ମସମର୍ପଣ କରିଛି ଅମୃତପାଲ ସିଂହ । ମାର୍ଚ୍ଚ ୧୮ ତାରିଖରୁ ପୋଲିସକୁ ଲୁଚି ଏଣେତେଣେ ବୁଲୁଥିଲା ଅମୃତପାଲ । କିନ୍ତୁ ଆଜି ପଞ୍ଜାବର ମୋଗା ପୋଲିସ ନିକଟରେ ସେ ନିଜକୁ ଆତ୍ମସମର୍ପଣ କରିଛି । ଅନେକ ଚେଷ୍ଟା ପରେ ବି ପୋଲିସ ଖୋଜି ନ ପାଇବାରୁ ତାକୁ ପଳାତକ ବୋଲି ଘୋଷଣା କରିଥିଲା । ତେବେ ଖଲିସ୍ତାନ ସମର୍ଥକ ଅମୃତପାଲ ସିଂ ଆଜି ପୋଲିସ ନିକଟରେ ଆତ୍ମସମର୍ଥନ କରିବା ପରେ ପୋଲିସ ତାକୁ ଅଟକ ରଖିଛି । ଅନେକ ଅପରାଧିକ ମାମଲା ସହ ସମ୍ପୃକ୍ତ ଅମୃତପାଲକୁ ପୋଲିସ ନିଜ ହେପାଜତକୁ ନେଇଛି ।

Get real time updates directly on you device, subscribe now.