fbpx

ନିଜ ପ୍ଲାଟିନମ ଜୁବଲି ପାଇଁ ଅମୂଲ୍ ଦେବ ୬ ହଜାର ଲେଖାଏଁ! କଣ ସତ ଏହି ହ୍ୱାଟସଆପ୍ ମେସେଜ ଟି ?

ନୂଆଦିଲ୍ଲୀ: ଆଜିକା ସମୟରେ ଇଣ୍ଟରନେଟ୍ ଉପରେ ଲୋକମାନେ ନିର୍ଭରଶୀଳ ହୋଇପଡ଼ିଛନ୍ତି । ତେଣୁ ବିନା ଇଣ୍ଟରନେଟ୍ ରେ କୌଣସି କାମ କରିବା ଅସମ୍ଭବ । ତେବେ ଏହାର ଫାଇଦା କିଛି ଅସାମାଜିକ ବ୍ୟକ୍ତି ମାନେ ନେଉଛନ୍ତି । କିଛିଦିନ ହେବ ଲୋକପ୍ରିୟ ମେସେଜିଂ ଆପ୍ ହ୍ୱାଟସଆପ୍ ରେ ଅମୁଲର ୭୫ତମ ବାର୍ଷିକୀ ନାମରେ ଏକ ମେସେଜ୍ ଫୋନ୍ କୁ ଫୋନ୍ ଘୂରି ବୁଲୁଛି । ଏହି ମେସେଜରେ କୁହାଯାଇଛି ଯେ, ଯଦି ଆପଣ ଅମୁଲ୍ ର ୭୫ ତମ ବାର୍ଷିକୀ ସର୍ଭେରେ ଅଂଶ ଗ୍ରହଣ କରୁଛନ୍ତି ତେବେ ଆପଣ ୬ ହଜାର ଟଙ୍କାର ପୁରଷ୍କାର ଜିତିବେ । ତେବେ ଆପଣ ମାନଙ୍କ ପାଖକୁ ମଧ୍ୟ ଯଦି ଏପରି କିଛି ମେସେଜ୍ ଆସୁଛି ତେବେ ଏହା ଉପରେ କ୍ଲିକ୍ କରନ୍ତୁ ନାହିଁ । କାରଣ ଏହା ହେଉଛି ଏକ ଫେକ୍ ମେସେଜ୍ । କିଛି ସାଇବର୍ ଠକ ଏହିଭଳି ଉପାୟରେ ଲୋକଙ୍କୁ ଠକିବା ପାଇଁ ବାଟ ବାହାର କରୁଛନ୍ତି ।

ହ୍ୱାଟସଆପ୍ ରେ ଏହି ମେସେଜ୍ ଖୁବ୍ ଭାଇରାଲ୍ ହେଉଛି । ତେବେ ହ୍ୱାଟସଆପ୍ ରେ ଭାଇରାଲ୍ ହେଉଥିବା ଏହି ମେସେଜ୍ କୁ ପାଇଥିବା କିଛି ବ୍ୟକ୍ତି ଟୁଇଟର୍ ଜରିଆରେ ଲୋକଙ୍କୁ ସାବଧାନ କରିଛନ୍ତି । ଅନ୍ୟ ମାନଙ୍କୁ ଏହି ମେସେଜ୍ ନ ଖୋଲିବାକୁ ଆଲର୍ଟ କରିଛନ୍ତି । ଏହି ମେସେଜ୍ ରେ ୟୁଜର୍ସ ମାନଙ୍କୁ ଏକ ଲିଙ୍କ ଉପରେ କ୍ଲିକ୍ କରିବାକୁ କୁହାଯାଏ । ଆଉ କ୍ଲିକ୍ କରି ଏକ ସର୍ଭେରେ ଯୋଗ ଦେବାନେଇ କୁହାଯାଉଥିବା ବେଳେ ଏଥିରେ ୬ହଜାର ଟଙ୍କା ପୁରଷ୍କାର ମିଳିବା ନେଇ ମଧ୍ୟ କୁହାଯାଇଛି । ତେବେ ଆପଣ ମାନେ ଜାଣି ରଖନ୍ତୁ ଯେ, ଏହା ହେଉଛି ଏକ ସ୍କାମ୍ । କାରଣ ଲିଙ୍କରେ ଥିବା ଅମୁଲ ୱେବସାଇଟ୍ ଉପରେ କ୍ଲିକ୍ କରିବା ମାତ୍ରେ ଆଉ ଏକ ୱେବସାଇଟ୍ ଖୋଲୁଥିବା ଦେଖିବାକୁ ମିଳୁଛି । ତେଣୁ ଆପଣ ମାନେ ଏହିଭଳି ଲିଙ୍କ ଠାରୁ ଦୂରେଇ ରୁହନ୍ତୁ ।

Get real time updates directly on you device, subscribe now.