fbpx

ଅଙ୍ଗନବାଡି ଓ ଆଶାକର୍ମୀଙ୍କ କରୋନା ସହାୟତା, ଜାଣନ୍ତୁ କାହାକୁ କେତେ ?

Advertisement

ଭୁବନେଶ୍ୱର, ୧୭ ।୭(ଓଡିଶା ଭାସ୍କର): ସାରା ରାଜ୍ୟରେ କରୋନା ମହାମାରୀ ହୁ ହୁ ହୋଇ ବଢି ଚାଲିଥିବା ବେଳେ ଏହାର ମୁକାବିଲା ଓ ଲୋକଙ୍କର ସହାୟତା ପାଇଁ ଆଗେଇ ଆସିଛନ୍ତି କରୋନା ଯୋଦ୍ଧା । ସେମାନଙ୍କ ମଧ୍ୟରେ ଅଙ୍ଗନବାଡି ଓ ଆଶାକର୍ମୀ ଅନ୍ୟତମ । ତେବେ ରାଜ୍ୟ ସରକାର ଅଙ୍ଗନବାଡି ଓ ଆଶାକର୍ମୀଙ୍କ ପରିବାରକୁ ଆଶ୍ୱାସନା ଦେବା ସହ ସେମାନଙ୍କ ପାଇଁ ସହାୟତା ଘୋଷଣା କରିଛନ୍ତି ।

ତେବେ କରୋନା ଡ୍ୟୁଟି ବେଳେ ପ୍ରାଣ ହରାଇଲେ ସେମାନଙ୍କ ପରିବାରକୁ ମିଳିବ ମାସିକ ଭତ୍ତା । ଅଙ୍ଗନବାଡି କର୍ମୀଙ୍କ ମୃତ୍ୟୁ ହେଲେ ମାସିକ ୭,୫୦୦ ଟଙ୍କା ମିଳିିବ । ସେହିପରି ଆଶାକର୍ମୀଙ୍କ ମୃତ୍ୟୁ କ୍ଷେତ୍ରରେ ପରିବାରକୁ ମାସିକ ୫,୦୦୦ ଟଙ୍କା ମିଳିବ । ଆଶା ଓ ଅଙ୍ଗନବାଡି କର୍ମୀଙ୍କ ଚାକିରି କାଳ ସରିବା ଯାଏ ଭତ୍ତା ମିଳିବ । ମୃତ୍ୟୁ ପରେ ବି କର୍ମୀଙ୍କ ୬୦ ବର୍ଷ ହେବା ଯାଏଁ ଭତ୍ତା ଦିଆଯିବ । ଭତ୍ତା ମିଳିବା ନେଇ ସ୍ୱତନ୍ତ୍ର ରିଲିଫ କମିଶନର ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.