fbpx
BSKY
BJD MC SKY
BJD YOUTH SKY

ଦିଲ୍ଲୀ ଯୁବତୀ ମୃତ୍ୟୁ ଘଟଣା: ଅର୍ଥ ପଇଠକୁ ନେଇ ଅଞ୍ଜଳି-ନିଧିଙ୍କ ମଧ୍ୟରେ ହୋଇଥିଲା ଝଗଡ଼ା, ବାନ୍ଧବୀଙ୍କ ଭୂମିକା ସନ୍ଦେହ ଘେରରେ

ନୂଆଦିଲ୍ଲୀ: ଗତ ମାସ ୩୧ ତାରିଖ ବିଳମ୍ବିତ ରାତିରେ ଦିଲ୍ଲୀ ରାଜରାସ୍ତାରେ ଘଟିଥିବା ଲୋମହର୍ଷଣକାରୀ ଘଟଣାରେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ହୋଟେଲରୁ ପାର୍ଟି ସାରୁ ସ୍କୁଟିରେ ନିଜ ବାନ୍ଧବୀ ନିଧିଙ୍କ ସହିତ ଗରକୁ ଆସୁଥିବା ବେଳେ ଏକ କାର ସହ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ ଯୁବତୀ ଅଞ୍ଜଳୀ ସିଂହ । ତେବେ ପରବର୍ତ୍ତୀ ସମୟରେ ଉକ୍ତ କାରଟି ଅଞ୍ଜଳିଙ୍କୁ ୧୩ କିମି ପର୍ୟ୍ୟନ୍ତ ରାସ୍ତାରେ ଘୋଷାରି ନେଇଥିବା ବେଳେ ସାମାନ୍ୟ ଆହତ ହୋଇ ଚୁପଚାପ ରହିଯାଇଥିଲେ ନିଧି ।

ପରେ ଏହି ଘଟଣାରେ ଗୋଟିଏ ସ୍ଥାନରୁ ଅଞ୍ଜଳିଙ୍କ ଭଙ୍ଗା ସ୍କୁଟି ମିଳିଥିବା ବେଳେ ଅନ୍ୟ ଏକ ସ୍ଥାନରୁ କ୍ଷତବିକ୍ଷତ ମୃତଦେହ ମିଳିଥିଲା । ଏହାପରେ ପୋଲିସ ଏହି ଘଟଣାର ଯାଞ୍ଚ କରି କାର ମାଲିକ ଓ ୫ ଅଭିଯୁକ୍ତଙ୍କୁ ଠାବ କରିଥିଲା । ତେବେ ଏହାପରେ ରୁଟ୍ ଷ୍ଟ୍ରେସ କରି ନିଧିଙ୍କ ନିକଟରେ ପହଞ୍ଚିଥିଲା ପୋଲିସ । ଭୟଭୀତ କାରଣରୁ ଚୁପ୍ ରହିଥିଲେ ବୋଲି ନିଧି ମତ ଦେଇଥିଲେ । ଏଥିସହିତ ଅଞ୍ଜଳି ମଦ୍ୟପାନ କରି ସ୍କୁଟି ଚଳାଉଥିବା ସେ ବୟାନ ଦେଇଥିଲେ ।

ତେବେ ଏହା ମଧ୍ୟରେ ଆସିଛି ଆଉ ଏକ ବଡ଼ ଟ୍ୱିଷ୍ଟ । ଫୋରେନସିକ ଲ୍ୟାବ ରିପୋର୍ଟ ମୁତାବକ, ଅଞ୍ଜଳିଙ୍କ ସହିତ କୌଣସି ଯୌନ ନିର୍ଯାତନା କରାଯାଇ ନାହିଁ କି ସେ ମଦ୍ୟପାନ କରିନଥିଲେ । ଏହା ମଧ୍ୟରେ ପୁଣି ଏକ ତଥ୍ୟ ସାମ୍ନାକୁ ଆସିଛି ଯାହାକି ନିଧିଙ୍କୁ ସନ୍ଦେହ ଘେରକୁ ଟାଣୁଛି । ପାର୍ଟିରେ ଅଞ୍ଜଳି ଓ ନିଧି ବହୁତ ବିଅର ପିଇଥିଲେ । ତା’ପରେ ଅର୍ଥ ପଇଠକୁ ନେଇ ଦୁହିଁଙ୍କ ମଧ୍ୟରେ ଭୀଷଣ ଝଗଡ଼ା ହୋଇଥିଲା । ଏପରିକି ହାତାହାତି ମଧ୍ୟ ହୋଇଥିଲେ । ଏହାପରେ ରାତି ୧.୩୦ରେ ଅଞ୍ଜଳି ବାହାରି ଯାଇଥିଲେ । ଏପରି ମତ ଦେଇଛନ୍ତି ଅଞ୍ଜଳିଙ୍କର ଜଣେ ବନ୍ଧୁ । ଅନ୍ୟ ପକ୍ଷରେ ଅଞ୍ଜଳି ନିଧିଙ୍କର ବାନ୍ଧବୀ ନୁହନ୍ତି ବୋଲି ମଧ୍ୟ ପୀଡ଼ିତାଙ୍କ ମାଆ କହିଥିଲେ ।

Get real time updates directly on you device, subscribe now.