fbpx

ପଶ୍ଚିମବଙ୍ଗରେ ଦ୍ୱିତୀୟ ଅଘଟଣ! ଜଣେ ବିବାହିତାଙ୍କୁ ବନ୍ଧୁକ ମୁନରେ ଅପହରଣ, ଦୁଷ୍କର୍ମ ପରେ ପ୍ରାଇଭେଟ୍ ପାର୍ଟରେ…

ନୂଆଦିଲ୍ଲୀ: କୋଲକତାରେ ଘଟିଯାଇଥିବା ମହିଳା ଟ୍ରେନିଂ ଡାକ୍ତରଙ୍କ ନିର୍ଯାତନାର କାହାଣୀର ଏବେ ବି ଜନମାନସରୁ ଲିଭି ନାହିଁ । ଏହି ମାମଲା ତଦନ୍ତ ପ୍ରକ୍ରିାୟ ଜାରି ରହିଥିବା ବେଳେ ଦିନକୁ ଦିନ ନୂଆ ନୂଆ ଖୁଲାସା ହେଉଛି । ତେବେ ଏହା ମଧ୍ୟରେ ପୁଣି ସାମ୍ନାକୁ ଆସିଛି ଆଉ ଏକ ଛାତି ଥରାଇଦେବା ଭଳି ଘଟଣା । ଜଣେ ବିବାହିତାଙ୍କୁ ବନ୍ଧୁକ ମୁନରେ ଅପହରଣ କରାଯାଇ ଦୁଷ୍କର୍ମ କରାଯାଇଛି । ସେତିକିରେ ଦୁର୍ବୃତ୍ତଙ୍କର ମନ ବୁଝିନଥିଲା, ମହିଳାଙ୍କର ପ୍ରାଇଭେଟ ପାର୍ଟରେ ସେହି ନର ରାକ୍ଷସମାନେ ପିସ୍ତଲ ଭର୍ତ୍ତି କରିଦେଇଥିଲେ ।

ଖବର ମୁତାବକ, ଦୁର୍ବୃତ୍ତମାନେ ପ୍ରଥମେ ମହିଳାଙ୍କୁ ଅପହରଣ କରିନେଇଥିଲେ । ଏହାପରେ ତାଙ୍କୁ ଦୁଷ୍କର୍ମ କରିବା ପରେ ନିର୍ଯାତନା ଦେଇଥିଲେ । ଘଟଣା ପରେ ମହିଳା ଜଣଙ୍କ ଜୀବନ ହାରିବାକୁ ପ୍ରୟାସ କରିଥିଲେ । ମାତ୍ର ତାଙ୍କର ପତି ତାଙ୍କୁ ରକ୍ଷା କରିଥିଲେ । ଏହାପରେ ଦମ୍ପତ୍ତି ଥାନାକୁ ଯାଇ ଅଭିଯୁକ୍ତଙ୍କ ବିରୋଧରେ ମାମଲା ଦାୟର କରିଥିଲେ । ପୋଲିସ ଏବେ ଦୋଷୀଙ୍କୁ ତଲାସ କରୁଛି । ରାଜ୍ୟରେ ଗୋଟିଏ ମାମଲା ଶାନ୍ତ ନ ହେଉଣୁ ପୁଣି ଆଉ ଏକ ଅଘଟଣ ଘଟିବା ଏବେ ଅଶାନ୍ତ ପରିସ୍ଥିତି ସୃଷ୍ଟି କରିଛି ।

ପୋଲିସ ମୁତାବକ, ଅଭଯୁକ୍ତଙ୍କୁ ମହିଳା ଜାଣିଥିଲେ । ଅଭିଯୁକ୍ତ ମହିଳାଙ୍କ ସହ ପୂର୍ବରୁ ବି ଶାରୀରିକ ସମ୍ପର୍କ ସ୍ଥାପନ କରିବାକୁ ଚାହୁଁଥିଲେ । ମାତ୍ର ମହିଳା ତାହାକୁ ଅଣଦେଖା କରିଆସୁଥିଲେ । ଏହି ହରକତକୁ ନେଇ ମହିଳା ଜଣଙ୍କ ଥରେ ଅଭିଯୁକ୍ତଙ୍କୁ ଗାଳି କରିଥିଲେ । ଏହାପରେ ସୁଯୋଗ ପାଇ ଅଭିଯୁକ୍ତ ମହିଳାଙ୍କୁ ଅପହରଣ କରିନେଇ ଦୁଷ୍କର୍ମ କରିବାକୁ ପଛାଇ ନଥିଲେ । ଏହାପରେ ଏକ ଶୂନଶାନ ସ୍ଥାନରେ ମହିଳାଙ୍କୁ ଛାଡ଼ିଦେଇ ଫେରାର ହୋଇଯାଇଥିଲା । ଘଟଣାଟି ଘଟବା ବୀରଭୂମି ଜିଲ୍ଲାର ବୋଲପୁର ଥାନା ଅଞ୍ଚଳରେ ଘଟିଛି ।

Get real time updates directly on you device, subscribe now.