fbpx
BSKY
BJD MC SKY
BJD YOUTH SKY

ଭୟଭୀତ ଚୀନ୍‌, ଭାରତରେ ପହଚିଂଲା ଆଉ ୩ ରାଫେଲ୍‌

ନୂଆଦିଲ୍ଲୀ, ୪ା୧୧: ଭାରତୀୟ ବାୟୁସେନାର ଶକ୍ତି ବୁଧବାର ଆହୁରି ବୃଦ୍ଧି ପାଇଛି । ଦ୍ୱିତୀୟ ପର୍ଯ୍ୟାୟରେ ଆକାଶର ବାହୁବଳୀ କୁହାଯାଉଥିବା ଆଉ ୩ଟି ରାଫେଲ୍ ଯୁଦ୍ଧବିମାନ ଫ୍ରାନ୍ସରୁ ଆସି ବୁଧବାର ରାତିରେ ଭାରତରେ ପହଞ୍ଚିଛି । ଚଳିତ ବର୍ଷ ଜୁଲାଇ ୨୯ ତାରିଖରେ ଭାରତକୁ ଫ୍ରାନ୍ସରୁ ୫ଟି ଅତ୍ୟାଧୁନିକ ଯୁଦ୍ଧବିମାନ ରାଫେଲ୍ ଆସିଥିଲା ।

ବୁଧବାର ରାତିରେ ଏହି ୩ଟି ରାଫେଲ୍ ଯୁଦ୍ଧବିମାନ ଆସିବା ପରେ ଭାରତରେ ଏହି ଅତ୍ୟାଧୁନିକ ଯୁଦ୍ଧବିମାନ \”ରାଫେଲ୍‌\’ ସଂଖ୍ୟା ଏବେ ୮ରେ ପହଞ୍ôଚଛି । ଫଳରେ ଭାରତର ଶତ୍ରୁରାଷ୍ଟ୍ର ଚୀନ୍ ଓ ପାକିସ୍ତାନ ଏବେ ଭୟଭୀତ ହୋଇ ପଡ଼ିଛନ୍ତି ।  ବୁଧବାର ଫ୍ରାନ୍ସରୁ ରାଫେଲ୍ ବାହାରିବା ପରେ ଏହା କୌଣସିଠାରେ ନରହି ସିଧାସଳଖ ଗୁଜୁରାଟର ଜାମ୍‌ନଗର ଏୟାରବେସ୍‌ରେ ପହଞ୍ôଚଛି । ରାଫେଲ୍ ଉଡାଣ ସମୟରେ ହିଁ ଏଥିରେ ଇନ୍ଧନ ଭରିବାର ବ୍ୟବସ୍ଥା ଥିବାରୁ ଆକାଶରେ ହିଁ ଏଥିରେ ଇନ୍ଧନ ଭରା ଯାଇଥିଲା ।

Get real time updates directly on you device, subscribe now.