fbpx
BJD SKY
BJD SKY

ଝରାଫୁଲ ମୃତ୍ୟୁ ଘଟଣାରେ ଆଉ ଜଣେ ଗିରଫ, ଜାଣନ୍ତୁ କିଏ?

BJD

ଭୁବନେଶ୍ୱର,୧୧ ।୪(ଓଡିଶା ଭାସ୍କର): ରମାଦେବୀ କଲେଜ ଛାତ୍ରୀ ଝରାଫୁଲ ନାୟକଙ୍କ ମୃତ୍ୟୁ ଘଟଣା ଏବେବି ରହସ୍ୟ ଘେରରେ ରହିଛି । ଏହି ଘଟଣାରେ ଆଉ ଜଣଙ୍କୁ ଗିରଫ କରିଛି ଯାଜପୁର ପୋଲିସ । ଝରାଫୁଲ ମାମଲାରେ ଭୁବନେଶ୍ୱର ସୁନ୍ଦରପଦାର ଅମରେଶ ରାଉତ ନାମକ ଜଣେ ଯୁବକକୁ ଗିରଫ କରାଯାଇଛି । ମୁଖ୍ୟ ଅଭିଯୁକ୍ତକୁ ସହଯୋଗ କରିବାକୁ ଅଭିଯୋଗରେ ତାକୁ ଗିରଫ କରାଯାଇଛି । ଘଟଣାର ଅନ୍ୟତମ ଅଭିଯୁକ୍ତ ଶେଖର ଏବେବି ଫେରାର ରହିଛି । ଝରାଫୁଲ ମୃତ୍ୟୁ ମାମଲାରେ ୩ ଜଣଙ୍କ ସମ୍ପୃକ୍ତି ରହିଛି । ପୂର୍ବରୁ ଝରାଫୁଲର ପୁରୁଷ ବନ୍ଧୁ ବା ମୁଖ୍ୟ ଅଭିଯୁକ୍ତ ରାକେଶ ସ୍ୱାଇଁ ଗିରଫ ହୋଇଛି । ସ୍କୁଟି ଚଳାଉଥିବା ଅଭିଯୁକ୍ତ ଶେଖର ଏବେ ବି ଫେରାର ଅଛି ।

ଉଲ୍ଲେଖଯୋଗ୍ୟ ଯେ, ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଛାତ୍ରୀ ଝରାଫୁଲଙ୍କ ମୃତଦେହ ଯାଜପୁର ଜିଲ୍ଲା କୁଆଖିଆ ମୂଳାପାଳ ଛକ ନିକଟ ଦିଆଲଖଣ୍ଡ ମୌଜାର ରାସ୍ତାକଡ଼ରୁ ଉଦ୍ଧାର କରାଯାଇଥିଲା । ଏହି ଘଟଣାରେ ୨ ଜଣ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇଥିଲା । ସେମାନେ ମୃତଦେହକୁ ସ୍କୁଟରରେ ଆଣି ଫିଙ୍ଗିଥିବା ପୋଲିସ ସୂଚନା ଦେଇଥିଲା । ରାକେଶ ସ୍ୱାଇଁ ନାମକ ଜଣେ ଯୁବକଙ୍କ ସହ ତାଙ୍କ ଝିଅର ପ୍ରେମ ସମ୍ପର୍କ ଥିବା ଝରାଫୁଲଙ୍କ ବାପା ଗଣମାଧ୍ୟମକୁ ସୂଚନା ଦେଇଥିଲେ ।

Get real time updates directly on you device, subscribe now.