fbpx

ବାହାନଗା ଦୁର୍ଘଟଣା: ଚିକିତ୍ସାଧୀନ ଅବସ୍ଥାରେ ଏସସିବିରେ ଆଖି ବୁଜିଲେ ଆଉ ଜଣେ ଆହତ

AAKASH

ବାଲେଶ୍ୱର: କରମଣ୍ଡଳ ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ପୁଣିଥରେ ବୃଦ୍ଧି ପାଇଛି । ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ଜଣେ ଆହତ ଆଜି ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି । କଟକ ଏସସିବି ମେଡିକାଲରେ ଚିକିତ୍ସାରତ ଥିବା ବେଳେ ଆଜି ପ୍ରାଣ ହରାଇଛନ୍ତି ବିହାରର ପ୍ରକାଶ ରାମ । ପ୍ରକାଶଙ୍କ ମୃତ୍ୟୁ ପରେ ବାହାନଗା ଦୁର୍ଘଟଣାର ମୃତ୍ୟୁସଂଖ୍ୟା ୨୯୦ରେ ପହଞ୍ଚିଛି ।

ସୂଚନା ଅନୁସାରେ ବାଲେଶ୍ୱର ବାହାନଗା ଷ୍ଟେସନ ନିକଟରେ ହୋଇଥିବା ଟ୍ରେନ ଦୁର୍ଘଟଣାରେ ଆଜି ବିହାରର ପ୍ରକାଶ ରାମ ପ୍ରାଣ ହରାଇଛନ୍ତି । ଏହି ଦୁର୍ଘଟଣାରେ ଗୁରୁତର ଆହତ ହେବା ପରେ ସେ କଟକ ଏସସିବିର ସର୍ଜରୀ ୱାର୍ଡରେ ଚିକିତ୍ସିତ ହେଉଥିଲେ । ତେବେ ଆଜି ଚିକିତ୍ସାରତ ଅବସ୍ଥାରେ ସେ ମୃତ୍ୟୁବରଣ କରିଛନ୍ତି । ତେବେ ଦୁର୍ଘଟଣା ଦିନ ୨୮୮ ଯାତ୍ରୀଙ୍କର ମୃତ୍ୟୁ ହୋଇଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ୨ ଜଣଙ୍କର ମୃତ୍ୟୁ ଘଟିଛି । ଅର୍ଥାତ୍ ଦୁର୍ଘଟଣାରେ ମୋଟ ମୃତୁସଂଖ୍ୟା ବର୍ତ୍ତମାନ ୨୯୦କୁ ବୃଦ୍ଧି ପାଇଛି ।

Get real time updates directly on you device, subscribe now.