fbpx

ସ୍ୱାଧୀନତା ଦିବସରେ ଛାତ୍ରଙ୍କ ଆତ୍ମହତ୍ୟା , ୮ମାସରେ ଆତ୍ମହତ୍ୟା କଲେଣି ୨୨ ଜଣ ଛାତ୍ର

କୋଟା: ରାଜସ୍ଥାନ କୋଟାରେ ଆଉ ଜଣେ ଛାତ୍ରଙ୍କ ଆତ୍ମହତ୍ୟା ମାମଲା ସାମ୍ନାକୁ ଆସିଛି । ମଙ୍ଗଳବାର ଅଗଷ୍ଟ ୧୫ ତାରିଖ ରାତିରେ ଛାତ୍ରଜଣକ ଏପରି ଏକ ବଡ ପଦକ୍ଷେପ ନେଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ମୃତକ ଛାତ୍ରଙ୍କ ନାମ ବାଲ୍ମିକୀ ଜାଙ୍ଗିଡ ହୋଇଥିବା ବେଳେ ତାଙ୍କ ବୟସ ୧୮ ବର୍ଷ । ଗତ ବର୍ଷ ସେ ବିହାରରୁ କୋଟା ଆସିଥିଲେ କୋଚିଂ ନେବାକୁ । ବାଲ୍ମିକୀ ମହାବୀର ନଗର ଅଞ୍ଚଳରେ ରହି ଇଂଜିନିୟରିଂ ଆଡମିଶନ ନେବା ପାଇଁ ଜେଇଇ ପାଇଁ ପ୍ରସ୍ତୁତ ହେଉଥିଲେ ।

କୋଟାରେ ଛାତ୍ରଛାତ୍ରୀଙ୍କ ମୃତ୍ୟୁରେ ପୂର୍ଣ୍ଣଛେଦ ପଡିବାର ନାଁ ହିଁ ଧରୁନାହିଁ । ପ୍ରଶାସନର ସମସ୍ତ ପ୍ରୟାସ ଫେଲ୍ ହେଉଥିବାର ଦେଖିବାକୁ ମିଳୁଛି । ଗତ ୮ ମାସ ଭିତରେ ଏଠାରେ ମୋଟ ୨୨ ଜଣ ଛାତ୍ର ଆତ୍ମହତ୍ୟା କଲେଣି । ଅନ୍ୟପକ୍ଷରେ ଗୋଟିଏ ମାସ ଭିତରେ ଏହା ତୃତୀୟ ଘଟଣା । ଚଳିତ ଅଗଷ୍ଟ ମାସରେ ହିଁ ୩ ଜଣ ଛାତ୍ର ମୃତ୍ୟୁବରଣ କରିସାରିଲେଣି ।

ଅଗଷ୍ଟ ୧ ରେ ନିଟ୍ ପରୀକ୍ଷା ଲାଗି ପ୍ରସ୍ତୁତ ହେଉଥିବା ମନଜୋତ ସିଂହ ଆତ୍ମହତ୍ୟା କରିଥିଲେ । କିନ୍ତୁ ତାଙ୍କ ମାତା ପିତା ଅଭିଯୋଗ କରିଥିଲେ ଯେ, ତାଙ୍କୁ ହତ୍ୟା କରାଯାଇଛି । ପିଲାର ମୁହଁରେ ପଲିଥିନ୍ ବନ୍ଧା ହୋଇଥିଲା ଓ ହାତ ପଛପଟୁ ବନ୍ଧା ଯାଇଥିଲା । ମାମଲାର ଯାଞ୍ଚ କରି ପୋଲିସ ହଷ୍ଟେଲ ମାଲିକ ସହିତ ୬ ଜଣଙ୍କ ବିରୁଦ୍ଧରେ ହତ୍ୟା ମାମଲା ରୁଜୁ କରି ତଦନ୍ତ କରୁଛି । ଏହାପରେ ୫ ଅଗଷ୍ଟରେ ଜଣେ ଛାତ୍ର ମୃତ୍ୟୁବରଣ କରିଥିଲେ ଯାହାଙ୍କ ବୟସ ୧୬ ବର୍ଷ ଥିଲା ।

Get real time updates directly on you device, subscribe now.