fbpx

ଆସନ୍ତା ମଙ୍ଗଳବାରଠାରୁ କଟକରେ ଆଣ୍ଟିଜେନ୍ ଟେଷ୍ଟ

କଟକ,୫ ।୭(ଓଡିଶା ଭାସ୍କର): କରୋନା ମହାମାରୀ ଯୋଗୁଁ ଆସନ୍ତା ମଙ୍ଗଳବାରଠାରୁ କଟକରେ ଆଣ୍ଡି ଜେନ ଟେଷ୍ଟ ଆରମ୍ଭ ହେବ । ଏହାଦ୍ୱାରା ଲୋକଙ୍କର କୋଭିଡ ଷ୍ଟାଟସ୍ ୨ରୁ ୩ଘଣ୍ଟା ମଧ୍ୟରେ ଜଣାପଡିବ । ଏହା ସହ ମେଡିକାଲକୁ ଆସିଥିବା ଲୋକଙ୍କର କୋଭିଡ ଷ୍ଟାଟସ ମଧ୍ୟ ଜାଣିହେବ । ଏନେଇ କଟକରେ ବୈଠକ ପରେ ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ସଚିବ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି ।

ତେବେ ରାଜ୍ୟରେ କରୋନା ମହାମାରୀ ନିଜର କାୟା ବିସ୍ତାର କରିବାରେ ଲାଗିଲାଣି । ଏହାରି ମଧ୍ୟରେ ଆଜି ୪୬୯ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେଆଉ ୨ ଜଣଙ୍କର ଜୀବନ ନେଇଛି କରୋନା । ଏହି କ୍ରମରେ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୩୬କୁ ବୃଦ୍ଧି ପାଇଛି ।

Get real time updates directly on you device, subscribe now.