fbpx

ବର୍ଷାଙ୍କୁ ନେଇ ଅନୁଭବଙ୍କ ସାଙ୍ଘାତିକ ଅଭିଯୋଗ, ଜାଣନ୍ତୁ କ’ଣ

କଟକ,୧୧ ।୯(ଓଡିଶା ଭାସ୍କର): ଗତ କିଛି ଦିନ ହେବ ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶନୀଙ୍କ ମଧ୍ୟରେ ବିବାଦ ଲାଗିରହିଛି । ଦୁହେଁ ଦୁହିଁଙ୍କ ବିଷୟରେ ଅନେକ କିଛି କଥା ଲୋକଲୋଚନକୁ ଆଣିବାରେ ଲାଗିଛନ୍ତି । ଏହାରି ମଧ୍ୟରେ ଆଜି ଅନୁଭବ ବର୍ଷାଙ୍କୁ ଏକ ସାଙ୍ଘାତିକ ବୟାନ ରଖିଛନ୍ତି । ସେ କହିଛନ୍ତି ଯେ, ‘ ଏହି ଜନ୍ମ କି କୋଉ ଜନ୍ମରେ ବି ବର୍ଷାଙ୍କ ସହ ରହିବିନି । ମୋତେ ଓ ମୋ ପରିବାର ସଦସ୍ୟଙ୍କୁ ମାରିବାକୁ ସେ ଚେଷ୍ଟା କରିଥିଲେ ।’

ଏହା ସହ ମାନବାଧିକାର କର୍ମୀଙ୍କ ଗସ୍ତ ଓ ବୟାନକୁ ନେଇ ମଧ୍ୟ ଅନୁଭବ ପ୍ରଶ୍ନ ଉଠାଇଛନ୍ତି । ସେ କହିଛନ୍ତି ଯେ, ସେମାନେ ମୋତେ ଓ ମୋ ପରିବାର ସଦସ୍ୟଙ୍କୁ ଠକିବେ ବୋଲି ଜାଣି ନଥିଲି । ମିଡିଆରେ କହିବାକୁ ମନା କରି ସେମାନେ ବାହାରେ ଆସି ସବୁ କହିଥିଲେ । ମାନବାଧିକାର କର୍ମୀ ଗୀତାଶ୍ରୀ ଦାସ ବର୍ଷାଙ୍କ ପରିବାର ସହ ସମ୍ପୃକ୍ତ ଅଛନ୍ତି । ଆମକୁ ପଛରୁ ଛୁରୀ ମାରି ସେମାନେ ଗଣମାଧ୍ୟମରେ ବୟାନ ରଖିଥିଲେ ।’

ସେହିପରି ବର୍ଷାଙ୍କ ଉଦ୍ଦେଶ୍ୟରେ ଅନୁଭବ କହିଛନ୍ତି ଯେ, ‘ ପ୍ରଚୁର ପରିମାଣର ଅର୍ଥ ଖର୍ଚ୍ଚ କରି ମୋତେ ବଦନାମ ପାଇଁ ଉଦ୍ୟମ କରିଛନ୍ତି ବର୍ଷା ।

Get real time updates directly on you device, subscribe now.