fbpx

ଯୌନ ଶୋଷଣ ମାମଲାରେ ଥାନାରେ ପହଞ୍ଚିଲେ ଅନୁରାଗ

ମୁମ୍ବାଇ,୧ ।୧୦(SR): ଅଭିନେତ୍ରୀ ପାୟଲ ଘୋଷଙ୍କ ଦ୍ୱାରା ଯୌନ ଶୋଷଣ ମାମଲା ରୁଜୁ ହେବା ପରେ ଆଜି ଥାନାରେ ପହଞ୍ଚିଛନ୍ତି ଅନୁରାଗ କଶ୍ୟପ । ବଲିଉଡ ନିର୍ଦ୍ଦେଶକ ଅନୁରାଗ କଶ୍ୟପଙ୍କ ବିରୋଧରେ ଯୌନ ଶୋଷଣର ଅଭିଯୋଗ କରିଛନ୍ତି ପାୟଲ । ସେପ୍ଟେମ୍ବର ୨୨ରେ ପାୟଲ ମୁମ୍ବାଇର ଭର୍ସାଭା ପୋଲିସ ଷ୍ଟେସନରେ ଏକ ଲିଖିତ ଅଭିଯୋଗ କରିଥିଲେ । ପାୟଲଙ୍କ ଅଭିଯୋଗ ଭିତ୍ତିରେ ଅନୁରାଗଙ୍କୁ ସମନ ଜାରି କରାଯାଇଥିଲା, ଫଳରେ ସେ ଆଜି ଥାନାରେ ପହଞ୍ଚିଛନ୍ତି । ପାୟଲଙ୍କ ଅଭିଯୋଗ ଭିତ୍ତିରେ ଅନୁରାଗଙ୍କୁ ପଚରାଉଚରା କରାଯିବ ।

ତେବେ ପାୟଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟ୍ୱିଟ ଯୋଗେ ଅଭିଯୋଗ କରି ନ୍ୟାୟ ଭିକ୍ଷା କରିବା ସହ ମହାରାଷ୍ଟ ରାଜ୍ୟପାଳଙ୍କୁ ମଧ୍ୟ ଭେଟିଥିଲେ । ଏହି ମାମଲାରେ ଚାପ ବୃଦ୍ଧି ପରେ ଅନୁରାଗ କଶ୍ୟପଙ୍କୁ ସମନ ପଠାଯାଇଥିଲା ।

Get real time updates directly on you device, subscribe now.