fbpx

WWDC 2024 Roundup: iOS 18, iPadOS 18 ପାଇଁ AI କ୍ଷମତାସମ୍ପନ୍ନ ଫିଚର ଘୋଷଣା କଲା ଆପଲ

ନୂଆଦିଲ୍ଲୀ: ଆପଲ ଶେଷରେ ଆପଲ ଆଇଓଏସ ୧୮, ଆଇପ୍ୟାଡଓଏସ, ମାକଓଏସ ସେକ୍ୟୁଇଆ, ୱାଚଓଏସ୧୧ ଓ ଅନ୍ୟ ଆପଲ ଇଣ୍ଟେଲିଜେନ୍ସ (ଆଇଫୋନ, ଆଇପ୍ୟାଡ ଓ ମାକ ପାଇଁ ଏଆଇ ପିଚର) ଘୋଷଣା କରିଛି । ଏଥିରେ ମଧ୍ୟ ଫଟୋ, ହୋମ ସ୍କ୍ରିମନ, କଣ୍ଟ୍ରୋଲ ସେଣ୍ଟର, ଲକ ସ୍କ୍ରିନ, ଗେମ ମୋଡ୍, ସାଟେଲାଇଟ୍ ମେସେଜିଂ ପାଇଁ ଏକ ସ୍ମାର୍ଟର ସିରି, ଚାର୍ଟଜିପିଟି ଇଣ୍ଟିଗ୍ରେସନ ପରି ନୂଆ ପିଚର ସାମିଲ ରହିଛି ।

ଆଇଓଏସ ୧୮, ଆଇପ୍ୟାଡ ୧୮ ଓ ମାକଓଏସ ସେକ୍ୟୁଇଆ ପାଇଁ ଆପଲ ଏଆଇ କ୍ଷମତାସମ୍ପନ୍ନ ଫିଚର ଘୋଷଣା କରିଛି । ଆସନ୍ତା ସେପ୍ଟେମ୍ବର ମାସରେ ଏହା ପବ୍ଲିକ ରୋଲଆଉଟରେ ଉପଲବ୍ଧ ହେବ । । ଫଳରେ ୟୁଜର୍ସ ମେଲ, ମେସେଜ, ଜେନମୋଜି, କଷ୍ଟମ ଇମୋଜୀ ସହିତ ସ୍ମାର୍ଟର ଓ ଚାଟଜିପିଟି-୪ଓ କ୍ଷମତାସମ୍ପନ୍ନ ସିରି ପାଇଁ ଏଆଇ ପିଚର ଥିବା ରାଇଟିଂ ଟୁଲ୍ ନିଜ ହାତରେ ପାଇପାରିବେ । ଜେନ ଏଆଇକୁ ବ୍ୟବହାର କରି ଏଡିଟ କରି ଫଟୋରୁ ସିରି ଆର୍ଟିକିଲ ସାରାଂଶ ବାହାର କରିପାରିବ । ଏଆଇ ଆକ୍ସନଗୁଡ଼ିକ ସମ୍ପୂର୍ଣ୍ଣ ସୁରକ୍ଷିତ ବୋଲି ଆପଲ ଦାବି କରିଛି ।

ଆଇଓଏସ ୧୮ର ହୋମ ସ୍କ୍ରିନରେ ସମ୍ପୂର୍ଣ୍ଣ ପରିବର୍ତ୍ତନ କରାଯାଇଥିବା ବେଳେ ତାହା ଅଧିକ ଅନୁକୂଳ ଯୋଗ୍ୟ ହୋଇ ପାରିବ । ଆଇପ୍ୟାଡଓଏସ ୧୮ରେ ମଧ୍ୟ ଆଇଓଏସ ୧୮ ପରି ପରବର୍ତ୍ତନ କରାଯାଇଥିବା ବେଳେ ସେଥିରେ ସମାନ ୟୁଆଇ ଡିଜାଇନ୍ ରହିବ । ମାକଓଏସରେ କିଛି ଏଆଇ କ୍ଷମତାସମ୍ପନ୍ନ ଫିଚର ରହିଛି । ୱାଚଓଏସ ୧୧ରେ ମଧ୍ୟ କିଛି ନୂଆ ନୂଆ ଫିଚର ରହିଛି । ଭିଜନଓଏସର ୪ ମାସ ପରେ କମ୍ପାନୀ ଭିଜନସଏସ୨ ଲଞ୍ଚ କରିଛି । କଲ୍ସ ପାଇଁ ଭଏସ ଆଇସୋଲେସନ ବିକାଶ କରିବାକୁ ଏୟାରପୋଡ୍ସ ପ୍ରୋ ଫିଚର ଘୋଷଣା କରାଯାଇଛି । ୱାର୍ଲ୍ଡୱାଇଡ ଡେଭଲପର୍ସ କନଫରେନ୍ସ (ଡବ୍ଲ୍ୟୁଡବ୍ଲ୍ୟୁଡିସି ୨୦୨୪) ଇଭେଣ୍ଟରେ ଆପଲ ଏହି ବଡ଼ ଘୋଷଣା କରିଛି ।

Get real time updates directly on you device, subscribe now.