fbpx

ସେପ୍ଟେମ୍ବର ପୂର୍ବରୁ DL ଓ LL ପାଇଁ କରିହେବନି ଆବେଦନ

ଭୁବନେଶ୍ୱର, ୧୩ା୬(ଓଡ଼ିଶା ଭାସ୍କର): ସେପ୍ଟେମ୍ବର ପୂର୍ବରୁ ଡ଼ିଏଲ ଓ ଏଲଏଲ ପାଇଁ ଆବେଦନ କରିହେବ ନାହିଁ । ପୁରୁଣା ଆବେଦନକାରୀଙ୍କୁ ଜୁଲାଇରୁ ନୂଆ ସ୍ଲଟ ମିଳିବା ନେଇ ସୂଚନା ମିଳିିଛି । ଅଢ଼େଇ ଲକ୍ଷ ଆବେଦନକାରୀଙ୍କୁ ନୂଆ ସମୟ ଦିଆଯିବ । ଏନେଇ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି ।

ଗତ ୧୧ ତାରିଖରେ ଡିଏଲ ଓ ଏଲଏଲ ସ୍ଲଟ ବୁକିଂ ନିର୍ଦ୍ଦେଶକୁ ବାତିଲ କରିଥିଲେ ରାଜ୍ୟ ସରକାର । ମାର୍ଚ୍ଚ ୧୮ରୁ ସେପ୍ଟେମ୍ବର ୩୦ ମଧ୍ୟରେ ଅବଧି ସରୁଥିଲେ ବି ତାହା କାଏମ ରହିବ । ‘ସାରଥି’ ପୋର୍ଟାଲ କେବେଠୁ କାର୍ଯ୍ୟ କରିବ, ତାହା ମଧ୍ୟ ଜଣାଇଦିଆଯିବ ବୋଲି କୁହାଯାଇଥିଲା । ଡିଏଲ ଓ ଏଲଏଲ ସ୍ଲଟ ବୁକିଂ ପୈଠ କରିଥିଲେ ତାହା କାଏମ ରହିବ । ଏହା ସହିତ ଡିଏଲ ଓ ଏଲଏଲ ପାଇଁ ଆରଟିଓ ଅଫିସ ଆସିବାକୁ ଡିପାର୍ଟମେଣ୍ଟ ପକ୍ଷରୁ ମନା ହୋଇଛି । କରୋନା ସଙ୍କଟ ଚାଲିଥିବାରୁ ରାଜ୍ୟସରକାର ଏଭଳି ପଦକ୍ଷେପ ନେଇଥିବା ନେଇ ସୂଚନା ରହିଛି ।

Get real time updates directly on you device, subscribe now.