fbpx

BLF ବଲାଙ୍ଗିର ପକ୍ଷରୁ ଆସିଲା ନିଯୁକ୍ତି ସୁଯୋଗ: ୧୮ ତାରିଖ ପୂର୍ବରୁ ଓଡ଼ିଶାର ପ୍ରାର୍ଥୀମାନେ ଆବେଦନ କରନ୍ତୁ

AAKASH

ଚାକିରି ଖୋଜୁଥିବା ଯୁବକ, ଯୁବତୀଙ୍କ ପାଇଁ ଏକ ଭଲ ନିଯୁକ୍ତି ସୁଯୋଗ ଆସିଛି । ବ୍ଲକ ଲେବଲ ଫେଡେରେସନ (ବିଏଲଏଫ) ଅଫିସ ବଲାଙ୍ଗିର ତରଫରୁ ୧୮୯ଟି ପଦବୀ ପାଇଁ ବିଜ୍ଞାପନ ଜାରି କରାଯାଇଛି । ପ୍ରାର୍ଥୀଙ୍କୁ ମାଷ୍ଟର ବୁକ କିପର (ଏମବିକେ), ବ୍ୟାଙ୍କ ମିତ୍ର ଓ ସିଆରପି ପଦରେ ନିଯୁକ୍ତି ଦିଆଯିବ । ଇଚ୍ଛୁକ ପ୍ରାର୍ଥୀମାନେ ତଳେ ଦିଆଯାଇଥିବା ନୋଟିଫିକେସନ ଲିଙ୍କକୁ ଯାଇ ସବିଶେଷ ତଥ୍ୟ ପାଇପାରିବେ ।

ମାର୍ଚ୍ଚ ୧୮ ତାରିଖ ଆବେଦନର ଅନ୍ତିମ ତାରିଖ ରହିଛି । ପ୍ରାର୍ଥୀଙ୍କର ସର୍ବନିମ୍ନ ବୟସ ଯୋଗ୍ୟତା ୧୮ ବର୍ଷ ହୋଇଥିବା ଆବଶ୍ୟକ । ବୟସ କୋହଳ ନିୟମ ଅନୁଯାୟୀ ଧାର୍ଯ୍ୟ ହେବ । ପ୍ରାର୍ଥୀ ଦଶମ, ଦ୍ୱାଦଶ ପାସ୍ କରିଥିବା ଆବଶ୍ୟକ । ପ୍ରାର୍ଥୀମାନେ ନୋଟିଫିକେସନ ଲିଙ୍କକୁ ଯାଇ ଆବେଦନ ଫର୍ମ ଡାଉନଲୋଡ୍ କରିପାରିବେ । ଫର୍ମରେ ପ୍ରାର୍ଥୀମାନେ ସେମାନଙ୍କର ସଠିକ୍ ଓ ସକ୍ରିୟ ମୋବାଇଲ ନମ୍ବର ଓ ଇ-ମେଲ ଆଇଡି ଦେବା ଜରୁରୀ ।

ନୋଟିଫିକେସନ ଲିଙ୍କ-୧: https://cdn.s3waas.gov.in/s3e7b24b112a44fdd9ee93bdf998c6ca0e/uploads/2023/03/2023030416.pdf

ନୋଟିଫିକେସନ ଲିଙ୍କ-୨: https://cdn.s3waas.gov.in/s3e7b24b112a44fdd9ee93bdf998c6ca0e/uploads/2023/03/2023030410.pdf

ୱେବସାଇଟ୍ ଲିଙ୍କ: https://balangir.nic.in/

Get real time updates directly on you device, subscribe now.