fbpx

ଡିଓଡ୍ରେଣ୍ଟ୍ ଲଗାଇଲେ ହୋଇଥାଏ ବ୍ରେଷ୍ଟ କ୍ୟାନସର୍! ଆପଣ ବ୍ୟବହାର କରୁଥିଲେ ହୋଇଯାଆନ୍ତୁ ସାବଧାନ

ନୂଆଦିଲ୍ଲୀ: ଡିଓଡ୍ରେଣ୍ଟ ଲଗାଇବା ସାଧାରଣ କଥା । ଝାଳ ଗନ୍ଧରୁ ବର୍ତ୍ତିବା ପାଇଁ ଏବଂ ନିଜକୁ ଫ୍ରେସ୍ ରଖିବା ପାଇଁ ଅଧିକାଂଶ ଲୋକ ପରଫ୍ୟୁମ୍ ଓ ଡିଓଡ୍ରେଣ୍ଟ ବ୍ୟବହାର କରିଥାନ୍ତି । ହେଲେ ଖୁବ୍ କମ୍ ଲୋକ ଜାଣନ୍ତୁ ଯେ, ଡିଓଡ୍ରେଣ୍ଟ ଲଗାଇବା କ୍ଷତିକାରକ ହୋଇଥାଏ । ଏପରିକି ଡିଓଡ୍ରେଣ୍ଟ୍ ଲଗାଇବା ଦ୍ୱାରା ବ୍ରେଷ୍ଟ କ୍ୟାନସର୍ ହୋଇପାରେ । ଏହା କେବଳ ମହିଳାଙ୍କୁ ନୁହେଁ ବରଂ ପୁରୁଷଙ୍କୁ ମଧ୍ୟ ବ୍ରେଷ୍ଟ କ୍ୟାନସର୍ ହୋଇପାରେ ।

ଖାସ୍ କରି ଅନେକ ମହିଳା ଝାଳ ଗନ୍ଧ ଓ ଝାଳକୁ ରୋକିବା ପାଇଁ ଆଣ୍ଟିପର୍ସପରେଣ୍ଟ ଓ ଡିଓଡ୍ରେଣ୍ଟ୍ ବ୍ୟବହାର କରନ୍ତି । ଏହି ସବୁ ପ୍ରଡକ୍ଟ ସିଧାସଳଖ ଶରୀରର ଚର୍ମ ସଂସ୍ପର୍ଶରେ ଆସିଥାଏ । ସେହିପରି ବ୍ରେଷ୍ଟ ନିକଟରେ ଅଣ୍ଡର ଆର୍ମରେ ଏହାକୁ ପ୍ରତିଦିନ ବ୍ୟବହାର କରିବା ଦ୍ୱାରା ଭବିଷ୍ୟତରେ ସମସ୍ୟା ଦେଖାଦେଇପାରେ । କିଛି ଅଧ୍ୟୟନରେ ଦାବି କରାଯାଇଛି ଯେ, ପ୍ରତିଦିନ ପରଫ୍ୟୁମ୍ ଓ ଡିସଡ୍ରେଣ୍ଟ ଆଦି ବ୍ୟବହାର କରିବା ଦ୍ୱାରା ବ୍ରେଷ୍ଟ କ୍ୟାନସର୍ ର ଆଶଙ୍କ ବଢ଼ିଥାଏ ।

ବାସ୍ତବରେ ଆଣ୍ଟିପର୍ସପରେଣ୍ଟ ଓ ଡିଓଡ୍ରେଣ୍ଟ୍ ରେ ଥିବା ଆଲୁମିନିୟମ୍ ଶରୀର ପାଇଁ ଖୁବ୍ ହାନିକାରକ ହୋଇଥାଏ । ଏହା ଝାଳ ବାହାର କରୁଥିବା ଅଙ୍ଗକୁ ରୋକିଥାଏ । ଯାହାଫଳରେ ଏଷ୍ଟ୍ରୋଜନ୍ ହରମୋନ୍ ପ୍ରଭାବିତ ହୋଇଥାଏ । ତେବେ ଏଠାରେ ପ୍ରଶ୍ନ ଉଠୁଛି ଯେ, ଯଦି ଡିଓଡ୍ରେଣ୍ଟ ବ୍ୟବହାର ଦ୍ୱାରା ବ୍ରେଷ୍ଟ କ୍ୟାନସର୍ ହୋଇପାରୁଛି ତାହେଲେ ଅନ୍ୟାନ୍ୟ ସ୍କିନ୍ କେୟାର୍ ପ୍ରଡକ୍ଟ ଦ୍ୱାରା ବ୍ରେଷ୍ଟ କ୍ୟାସନର୍ ର ଆଶଙ୍କା ରହିଛି କି ନାହିଁ ?

Get real time updates directly on you device, subscribe now.