fbpx

ଏପ୍ରିଲ୍ ୨୮ରୁ କୋଭିଡ୍ ଟିକାକରଣ ପାଇଁ ନାମ ପଞ୍ଜିକରଣ

ନୂଆଦିଲ୍ଲୀ ୨୨ ।୪ (ଓଡିଶା ଭାସ୍କର) : କୋଭିଡ୍ ଟିକାକରଣ ପାଇଁ ତାରିଖ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ । ଏପ୍ରିଲ୍ ୨୮ରୁ ନାମ ପଞ୍ଜିକରଣ ହୋଇ ପାରିବ ବୋଲି ମୋଦି କହିଛନ୍ତି । ପ୍ରଥମେ ଏହା ଏପ୍ରିଲ ୨୪ ରେ ହେବା ନେଇ ଗୁଜବ ଉଠିଥିଲା । ଯାହାକୁ ପ୍ରଧାନମନ୍ତ୍ରୀ ଖଣ୍ଡନ କରିଛନ୍ତି । ମେ’ ୧ ତରିଖ ଠରୁ ୧୮ ବର୍ଷରୁ ଅଧିକ ଲୋକମାନେ ଟିକା ନେଇପାରିବେ ବୋଲି ପ୍ରଧାନମନ୍ତ୍ରୀ ମୋଦି ଘୋଷଣା କରିଥିଲେ ।
ସେପଟେ ସାରା ଦେଶରେ କରୋନା ମହାମାରୀ ଭୟଙ୍କର ହେବାରେ ଲାଗିଛି । ପଜିଟିଭ୍ ସଂଖ୍ୟାରେ ବିଶ୍ୱର ସବୁ ଦେଶକୁ ପଛରେ ପକାଇଛି ଭାରତ । ଦେଶରେ ଗତ ୨୪ ଘଣ୍ଟାରେ ୩ ଲକ୍ଷ ୧୪ ହଜାର ୮୩୫ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହି କ୍ରମରେ ସଂକ୍ରମିତଙ୍କ ସଂଖ୍ୟା ୧ କୋଟି ୫୯ ଲକ୍ଷ ୩୦ ହଜାର ୯୬୫କୁ ବୃଦ୍ଧି ପାଇଛି । ଦେଶରେ ଦିନକରେ ୨୧୦୪ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।

Get real time updates directly on you device, subscribe now.