fbpx

ଗର୍ଭବତୀ ମହିଳା ମାନେ ମେଥି ବ୍ୟବହାର କରୁଛନ୍ତି କି ? ସତର୍କ ରୁହନ୍ତୁ ନହଲେ ହୋଇପାରେ ଗମ୍ଭୀର ସମସ୍ୟା

Advertisement

ଓଡିଶା ଭାସ୍କର: ପ୍ରତ୍ୟେକ ରୋଷେଇ ଘରେ ଆପଣମାନେ ମେଥିକୁ ଖାଦ୍ୟରେ ବ୍ୟବହାର କରିଥାନ୍ତି । କିଛି ଲୋକମାନେ ମେଥିକୁ ଓଜନ ହ୍ରାସ ପାଇଁ ମଧ୍ୟ ବ୍ୟବହାର କରିଥାନ୍ତି । ତେବେ ଅଧିକ ମେଥି ବ୍ୟବହାର କରିବା ଦ୍ୱାରା କଣ ହୋଇଥାଏ । ଆସନ୍ତୁ ଜାଣିବା….

ଏକ ସ୍ୱାସ୍ଥ୍ୟ ରିପୋର୍ଟ ଅନୁସାରେ ଜଣାପଡିଛି ଯେ ମେଥିକୁ ଅତ୍ୟଧିକ ଖାଇବା ଉଚିତ ନୁହେଁ । ଏହା ଅଧିକ ବ୍ୟବହାର କରିବା ଦ୍ୱାରା ଅନେକ ସ୍ୱାସ୍ଥ୍ୟ ସମସ୍ୟା ହୋଇଥାଏ । ଡାଇରିଆ, ଗ୍ୟାସ, ପେଟ ରୋଗ, ଫୁଲିବା ଭଳି ସମସ୍ୟାରେ ପଡିପାରନ୍ତି । ମେଥି ଖାଇବା ଦ୍ୱାରା ହଜମକ୍ରିୟା ସଠିକ ଭାବରେ ହୋଇଥାଏ । କିନ୍ତୁ ଅଧିକ ଖାଇବା ଉଚିତ ନୁହେଁ । ଠିକ ସେମିତି ଶରୀର ସୁଗାର ସ୍ତରକୁ ନିୟନ୍ତ୍ରଣ ରଖିଥାଏ । ହେଲେ ଅଧିକ ବ୍ୟବହାର କଲେ ସୁଗାର ସ୍ତର ସମ୍ପୂର୍ଣ୍ଣ ଭାବରେ କମ କରିଥାଏ । ଯାହାଦ୍ୱାରା ଅନେକ ପ୍ରକାରର ସମସ୍ୟା ଦେଖାଦେଇଥାଏ ।

ଶରୀରରୁ ଅତ୍ୟଧିକ ସୁଗାର ସ୍ତର ହ୍ରାସ ପାଇଲେ ଆପଣଙ୍କ ବିପଦଜ୍ଜନକ ସମମ୍ୟା ହୋଇପାରେ ବୋଲି ଅନେକଥର ପ୍ରମାଣିତ ହୋଇସାରିଛି । ତେଣୁ ଆପଣମାନେ ଏଥିପ୍ରତି ଯତ୍ନବାନ ହେବା ଆବଶ୍ୟକତା ରହିଛି । କେବଳ ଏତିକି ନୁହେଁ ବରଂ ରକ୍ତଚାପରେ ପୀଡିତ ହୋଇଥିବା ଲୋକମାନଙ୍କୁ ମଧ୍ୟ ବିପଦ ହୋଇପାରେ । ଯଦି ଆପଣ ଉଚ୍ଚ ରକ୍ତଚାପ ସମସ୍ୟାରେ ପୀଡିତ ଅଛନ୍ତି ତେବେ ମେଥି ବ୍ୟବହାରକୁ କମେଇ ପାରିବେ ।

ସେହିପରି ମେଥିର ଅଧିକ ବ୍ୟବହାର ଦ୍ୱାରା ଶ୍ୱାସକ୍ରିୟାରେ ମଧ୍ୟ ସମସ୍ୟା ଦେଖାଦେଇଥାଏ । କିନ୍ତୁ ମେଥିରେ ଥିବା ଆଣ୍ଟି ଅକ୍ସିଡାଣ୍ଟ ଏବଂ ଆଣ୍ଟି ଇନଫ୍ଲାମେଟୋରୀ ଗୁଣ ଆପଣଙ୍କ ଫୁସଫୁସକୁ ଅନେକ ରୋଗରୁ ରକ୍ଷା କରିଥାଏ । ଗର୍ଭବତୀ ମହିଳାମାନେ ମେଥି ବ୍ୟବହାରରୁ ଦୂରେଇ ରହିବା ଉଚିତ । ମହିଳାମାନେ ଅଧିକ ବ୍ୟବହାର କରିବା ଦ୍ୱାରା ଗର୍ଭବତୀ ହେବାରେ ବିଳମ୍ବ ହୋଇଥାଏ । ତେଣୁ ଆପଣ ଆବଶ୍ୟକ ଅନୁସାରେ ମେଥିକୁ ବ୍ୟବହାର କରିପାରିବେ ।

Get real time updates directly on you device, subscribe now.