fbpx

ଚାଲିବା ସମୟରେ ନିଶ୍ୱାସ ପ୍ରଶ୍ୱାସରେ ଯନ୍ତ୍ରଣା ଅନୁଭବ କରୁଛନ୍ତି କି ? କାହିଁକି ହୁଏ ଏବଂ ଏହାର ପ୍ରତିକାର ଜାଣନ୍ତୁ

ଓଟିଶା ଭାସ୍କର: ପ୍ରତ୍ୟେକ ଦିନ ଦୈାଡିବା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ବୋଲି ସମସ୍ତେ ଜାଣନ୍ତି । କିନ୍ତୁ ଦୈାଡିବାବେଳେ ଅନେକ ଲୋକଙ୍କ ନିଶ୍ୱାସ ପ୍ରଶ୍ୱାସରେ ସମସ୍ୟା ହୋଇଥାଏ ବୋଲି କହିଥାନ୍ତି । ଦୈାଡ଼ିବା ପରେ ନିଶ୍ୱାସ ପ୍ରଶ୍ୱାସ ହେବା ଏକ ସାଧାରଣ କଥା କିନ୍ତୁ କିଛି ଲୋକ ଚାଲିବା ସମୟରେ ମଧ୍ୟ ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ହୋଇଥାଏ । କେବଳ ଏତିକି ନୁହେଁ, ଅନେକ ଥର ଲୋକମାନେ ପାହାଚ ଚଢିବା ସମୟରେ ମଧ୍ୟ ନିଶ୍ୱାସ ପ୍ରଶ୍ୱାସର ସମସ୍ୟାର ସମ୍ମୁଖୀନ ହୁଅନ୍ତି । ବର୍ତ୍ତମାନ ପ୍ରଶ୍ନ ହେଉଛି ଯଦି ଆପଣ ଟିକିଏ ଚାଲିବା ପରେ ମଧ୍ୟ ନିଶ୍ୱାସ ପ୍ରଶ୍ୱାସ ଅନୁଭବ କରନ୍ତି, ତେବେ ଏହା କିଛି ରୋଗର ଲକ୍ଷଣ ତାହା ଜାଣନ୍ତୁ……

ଅଧିକ ବାଟ ଚାଲିବା ପରେ ସମସ୍ତେ ଜୋରରେ ନିଶ୍ୱାସ ପ୍ରଶ୍ୱାସ ଅନୁଭବ କରଥାନ୍ତି । କିନ୍ତୁ କିଛି କ୍ଷଣ ମଧ୍ୟରେ ବ୍ୟକ୍ତି ସ୍ୱାଭାବିକ ହୋଇଯାଏ। ଯଦି କିଛି ସେକେଣ୍ଡ ମଧ୍ୟରେ ନିଶ୍ୱାସ ବନ୍ଦ ହୋଇଯାଏ ତେବେ ତାହା କୈାଣସି ରୋଗର କାରଣ ନୁହେଁ । ଯଦି ଟିକିଏ ଦୈାଡିବା ପରେ ଆପଣଙ୍କୁ ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରନ୍ତି । ତେବେ ଏହା ଫୁସଫୁସ କିମ୍ବା ହୃଦୟ ସହିତ ଜଡିତ ସମସ୍ୟା ହୋଇପାରେ । ଏହା କେବଳ ଫୁସଫୁସକୁ ନୁହେଁ ବରଂ ହାର୍ଟ ସମ୍ବନ୍ଧୀୟ ରୋଗକୁ ମଧ୍ୟ ସୂଚିତ କରିଥାଏ ।

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ ଯେତେବେଳେ କୈାଣସି ବ୍ୟକ୍ତିଙ୍କର ନିଶ୍ୱାସ ପ୍ରଶ୍ୱାସର ସମସ୍ୟା ଥାଏ ଏବଂ ତାହାର ବାରମ୍ବାର ସାମ୍ନା କରିବାକୁ ପଡିଥାଏ । ତେବେ ଏହି ଅବସ୍ଥାରେ ତୁରନ୍ତ ଫୁସଫୁସ ଫଙ୍କସନ୍ ଟେଷ୍ଟ, ଛାତି ଏକ୍ସ-ରେ କିମ୍ବା ଇଲେକ୍ଟ୍ରୋକାର୍ଡିଓଗ୍ରାଫି କରିନେବା ଆବଶ୍ୟକ ହୋଇଥାଏ । ଅଧିକାଂଶ ଲୋକ ଭାବନ୍ତି ଯେ ନିଶ୍ୱାସ ପ୍ରଶ୍ୱାସର ସମସ୍ୟା ଫୁସଫୁସ ସହିତ ଜଡିତ, କିନ୍ତୁ ଏହା ଅନ୍ୟ କେତେକ ରୋଗ ବେଲି ବିବେଚନା କରାଯାଇଥାଏ । ଯଦି କୌଣସି ବ୍ୟକ୍ତିଙ୍କର ପୁରୁଣା ରୋଗ ନଥାଏ ଏବଂ ହଠାତ୍ ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ହୁଏ । ଯଥାଶୀଘ୍ର ଡାକ୍ତରଙ୍କ ସହ ଯୋଗାଯୋଗ କରି ସ୍ୱାସ୍ଥ୍ୟ ଯାଞ୍ଚ କରିବା ଆବଶ୍ୟକ ।

 

Get real time updates directly on you device, subscribe now.